STORYMIRROR

Shiba Charan Mahapatra

Others

2  

Shiba Charan Mahapatra

Others

ପିଠି

ପିଠି

1 min
175




ପିଠି-(କାହାଣୀର ପଛପଟ)


ତୁମେ

ପଶ୍ଚିମ ମୂଖ ଚାହିଁଥିବା

ପୂର୍ବାନୁମାନ ର ଚିତ୍ ଚେତନା ଟିଏ..

ନିନ୍ଦା -ଗଞ୍ଜଣା-ଦୁଃଖ -ଯନ୍ତ୍ରଣା ର

ବୈଶାଖି ପ୍ରହାର ସହୁଥିବା

ନିରବେ ନିରିହ ଛାଇଟିଏ...

ମୁଠେ ସୁଖ ର ସନ୍ଧାନ ରେ

ନିଜ ପଞ୍ଝା ରେ

ବେଳ ରୁ ଆଞ୍ଜୁଳେ ବାଲି ଜାବୁଡି ଧରିଥିବା

ନିହାତି ଜିଦ୍ ଖୋର ଇଛା ଟିଏ...

ତୁମେ..

କାଦୁଅ ମଚମଚ ମଲାଟେ ପାଦ ଆଙ୍କୁଥିବା

ଅତୁଲ୍ୟ ଅହଲ୍ୟା ସୁନ୍ଦରୀ ଟିଏ..

ବାସ୍ନା ବିଚ୍ଛୁରିତ ମହଣେ ହସର

ବେଫିକର ବାତୁଳ ଚିତ୍ରକାର ଟିଏ..

ତୁମେ ' ପିଠି ' ...

ବିପରୀତଧର୍ମୀ ତୁମ କର୍ମ ଆଉ ଧର୍ମ

ଠିକ୍ ସରଳରେଖାର ଦ୍ୱି-ପାଖେ ବର୍ଦ୍ଧିତ

ଯେପରି ଛାଇ ଆଲୁଅ ର ରଶ୍ମୀ..

ଜଣେ ଉର୍ଦ୍ଧ୍ୱମୁଖୀ ଆଉ ଜଣେ ନିମ୍ନଗାମୀ..

ତୁମେ..

ଲୁହ ଲହୁର ସେ ଲାବଣ୍ୟବତୀ ରୁ

ରସକଲ୍ଲୋଳ ମଧୂ ଖୋଜି ଦିଅ..

ମହାଭାରତର ସଂଜୟ ସାଜି

ଜୀବନ ସାରମର୍ମ କହିଯାଅ..

ତୁମେ..

ଆଲୋକ ନଗରୀ ଗୋପନ ଗଳି ରେ

ପ୍ରଭାତୀ ସଂଗୀତ ବୋଲୁଥାଅ

ହେଲେ

ସଭିଙ୍କୁ ଆଲୋକେ ଜାଗରଣ କରି

ନୁଖୁରା ଆଉ ଲଙ୍ଗଳା ହୋଇ

ଜ୍ୱୋତିହୀନ ପରି ପଡିରୁହ ....


(ସମାପ୍ତ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍