STORYMIRROR

jagabandhu sahu

Others

4  

jagabandhu sahu

Others

ପିତୃଭକ୍ତି

ପିତୃଭକ୍ତି

1 min
213

ହଜି ଯାଇ ଅଛି   ତ୍ରେତୟା ଦ୍ବାପର

     ନାହିଁ ଆଜି ପିତୃଭକ୍ତି

ବୁଦ୍ଧାଶ୍ରମ ନେଇ ଛାଡନ୍ତି ପିତାଙ୍କୁ

    ଅଯୋଥାରେ କରି ଯୁକ୍ତି ।


ଭୁଲିଛି ମଣିଷ   ଶ୍ରବଣର ସ୍ମୃତି

    ଭୁଲିଛି ପିତାଙ୍କ ସେବା

ଭୁଲିଛନ୍ତି ସବୁ   ପିତୃ ସତ୍ଯ ପାଇଁ

    ରାମ ବନବାସ ଯିବା ।


ପିତାଙ୍କ ଆଦେଶ  ପୁତ୍ରଙ୍କ କର୍ତ୍ତବ୍ୟ 

     ଭୁଲିଲେ ଆଜିର ମଣିଷ

ପିତୃଶ୍ରାଦ୍ଧ ଦେଇ ପୁତ୍ର   ଯେ ଭକ୍ଷୁଛି

     ମଦ ସାଥେ ଯେ ଆମିଷ ।


ପିତୃଭକ୍ତି ନାହିଁ   ଯାହାର ହୃଦୟେ

     ପଶୁ ଠାରୁ ସିଏ ହୀନ

ତାରି ପାଇଁ କି ତା  ପୁତ୍ର ଯେ ଦିନେ

    ଖୋଲିଦେବ ବୃଦ୍ଧାଶ୍ରମ ।।


Rate this content
Log in