Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TUKUNA SAHU

Others Tragedy

3  

TUKUNA SAHU

Others Tragedy

ପିତୃ ହୃଦୟର କରୁଣ ଚିତ୍କାର

ପିତୃ ହୃଦୟର କରୁଣ ଚିତ୍କାର

1 min
469


ବୃଦ୍ଧ ବୟସରେ ହଟହଟା ହେଲି

ପୁଅ ବୋହୂ ଦେଲେ ତଡି

ଶୀତରେ ଥରୁଛି ଅଷ୍ଟାଙ୍ଗ ଶରୀର

ଜୀବନ ଯାଉଛି ଛାଡ଼ି । ୧

ବହୁ କଷ୍ଟ କରି ପଢାଇଲି ପାଠ

ଭୋକରେ ବିତାଇ ଦିନ

ପୁଅ ମୋର ଆଜି ଚାକିରି କରିଲା

ହେଉଛି ମୁଁ ହିନିମାନ । ୨

ପ୍ରାଣ ପ୍ରିୟା ମୋର ଏକା କଲା ମୋତେ

ଚାଲିଗଲା ତାର ପ୍ରାଣ

ଦୁଃଖରେ ବିତୁଛି ଦିନ ଆଉ ରାତି

ଭୋଗୁଛି ଆଜି କଷଣ । ୩

ପୁଅ କହେ ମୋତେ ମୁଁ କାଳେ ମୂରୁଖ

ରଖିନି ତା ପାଇଁ ଧନ

ସାରା ଜୀବନ ମୋ ତା ପାଇଁ ଗଲା

ଦେଉଚି ସେ ଅପମାନ । ୪

କାହାକୁ କହିବି କିଏ ବା ବୁଝିବ

ସରୁ ନାହିଁ ମୋର ଦିନ

ପୁଅ ହୋଇ ଯେବେ ବୁଝି ପାରିଲାନି

ବାପାର ଆଖିର ସ୍ଵପ୍ନ । ୫

ନେଇ କେତେ ଆଶା କରିଲି ଭରଷା

ପୁଅ ମୋ ହରିବ ଦୁଃଖ

ଚାରିଧାମ ମୋତେ ବୁଲାଇବ ସିଏ

ଭୁଲି ଯିବି ସବୁ ଶୋକ । ୬

ସପନ ମୋହର ଅକାରଣ ହେଲା

ପୁଅ ମୋ ଗଲା ବଦଳି

ବାହା ହେଲା ସିଏ ନିଜର ଇଚ୍ଛାରେ

ଇଂରାଜୀ କୁହା ଘରଣୀ । ୭

ପୁଅ ଆଜି ମୋର ଦିଏ ପ୍ରତାରଣା

ଅସହ୍ୟ ହୁଏ ଜୀବନ

କହି ହଉନାହିଁ କାହା ଆଗେ ଯାଇ

ବିବେକ କରେ ଦଂଶନ । ୮

ବୋହୂ କହେ ତମେ ପାଗଳ କରିବ

ସାରିବ ଆମର ଧନ

ଜରାଶ୍ରମ ଯାଇ ରହୁନ କାହିଁକି

ଖୁସି ହେବ ଆମ ମନ । ୯

ଶେଷ ରେ ଗଲି ମୁଁ ଝିଅ ଘରେ ମୋର

ରହିବା କୁ କିଛି ଦିନ

ଜ୍ଵାଇଁ ପୁଅ ମୋର ଗାଳି ଦେଲା କେତେ

କହେ ନାହିଁ ଘରେ ସ୍ଥାନ । ୧୦

ବୁଦ୍ଧି ହୋଇଗଲା ବାଟ ବଣା ମୋର

ତୁଟିଲା ସବୁ ଭରଷା

ପାଦ ତଳୁ ମୋର ମାଟି ଖସିଗଲା

ଉଡି ଗଲା ମୋର ହସା । ୧୧

ଟୁକୁନା ସାହୁ

ସାନ୍ତରା ପଲ୍ଲୀ, ଗଞ୍ଜାମ


Rate this content
Log in