STORYMIRROR

Ajit Kumar Raut

Others

3  

Ajit Kumar Raut

Others

ପଵିତ୍ର ଛଠ ପୂଜନ

ପଵିତ୍ର ଛଠ ପୂଜନ

1 min
359

କାର୍ତ୍ତିକ ମାସର ଶୁକ୍ଳପକ୍ଷେ ହୁଏ ଛଠ ଷଷ୍ଠୀର ପୂଜା

ପବିତ୍ର ଏ ପୂଜା ପବିତ୍ର ପାର୍ବଣ

ଅଟେ ସୂର୍ଯ୍ୟଙ୍କର ପୂଜା।


   ଉଷା ଜଳ ବାୟୁ ପ୍ରକୃତିର ପୂଜା

   ଛୋଟ ମାତାଙ୍କର ପୂଜା

   ଜୀବନର ସୃଷ୍ଟି ପାଇଁ ହିଁ ପୂଜନ

   ପବିତ୍ର ହିନ୍ଦୁଙ୍କ ପୂଜା।


ମୂର୍ତ୍ତି ପୂଜା ନାହିଁ ପବିତ୍ର ପୂଜନେ ମଙ୍ଗଳ ପାଇଁଟି ପୂଜା

ଶୁଭମୟ ହେବ ଗୃହସ୍ତାଶ୍ରମରେ

ପ୍ରଭୁ ସୂର୍ଯ୍ୟଙ୍କର ପୂଜା।


   ବିଧିବିଧାନରେ ସୂର୍ଯ୍ୟଙ୍କର ପୂଜା

   ଛୋଟ ମାତାଙ୍କର ପୂଜା

   ଭକ୍ତିପୂତେ ହୁଏ ନିର୍ଜଳା ଉପାସ

   କରନ୍ତି ଭକ୍ତିରେ ପୂଜା।


ତ୍ରେତୟା ଯୁଗରେ କରିଥିଲେ ରାମ ଦ୍ୱାପର ଯୁଗରେ କର୍ଣ୍ଣ

ପାଣ୍ଡୁଙ୍କର ପତ୍ନୀ କରିଥିଲେ ପୂଜା

ସତୀ ଦ୍ରୌପଦୀ ହିଁ ପୁଣ।


   କଠିନ ବ୍ରତଟି କଠିନ ପୂଜନ

   ନିର୍ଜଳା ବ୍ରତ ପୂଜନ

   ଭକ୍ତି ମନେ ହୁଏ ସୂର୍ଯ୍ୟ ଉପାସନା

   ଛୋଟ ମାତାଙ୍କ ପୂଜନ।


ଭକ୍ତିପୂତେ ହୁଏ ସୂର୍ଯ୍ୟଙ୍କର ପୂଜା ଭକ୍ତିପୂତେ ଛୋଟ ମାତା

ଶଙ୍ଖନାଦେ ହୁଏ ଭକ୍ତିପୂର୍ଣ୍ଣ ଭୂମି

ଦିଏ ହୁଳହୁଳି ମାତା


   ରାଷ୍ଟ୍ରର ମଙ୍ଗଳ କାମନା ନିମନ୍ତେ

   କାମନା ଗୃହ ମଙ୍ଗଳେ

   ଦେଶର ଗୌରବ ଗୁଞ୍ଜୁ ଥିବ ବିଶ୍ୱେ

   କାମନା ଜନ ମଙ୍ଗଳେ।


ବିଚ୍ଛନ୍ନାଚଳରୁ ଶୁଭକାମନଟି ପବିତ୍ର ଛଠ ପାର୍ବଣେ

ହେଉ ପୂର୍ଣ୍ଣ ସବୁ ଜନ ଅଭିଳାଷା

ସୂର୍ଯ୍ୟଙ୍କ ଭକ୍ତି ପାର୍ବଣେ।


   ନ ରହୁଟି କଷ୍ଟ ଦୂର ହେଉ ଦୁଃଖ

   ପୂର୍ଣ୍ଣ କରିବେଟି ସୂର୍ଯ୍ୟ

   ଛୋଟ ମାତା ଦେବେ ଆଶୀର୍ବାଦ ପୁଣି

   କଲ୍ୟାଣ କରିବେ ସୂର୍ଯ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍