STORYMIRROR

Dr Subas Chandra Rout

Others

3  

Dr Subas Chandra Rout

Others

ପିତାଙ୍କ ଘର

ପିତାଙ୍କ ଘର

1 min
237

ମୁଖ ନିସୃତଃ କବି – ସନ୍ଥ କବୀର ଦାସ 

ଅନୁବାଦ - ଡଃ ସୁବାସ ଚନ୍ଦ୍ର ରାଉତ


ଲାଗୁନି ଭଲ ପିତାଙ୍କ ଘର,

ମୋ ପ୍ରେମୀ ଘର ଅତି ସୁନ୍ଦର ।

ନାହିଁ କେହି ଯେ ଯିବ ଆସିବ,

ସନ୍ଦେଶ ମୋର କିଏ ସେ ଦେବ?

ଚନ୍ଦ୍ର ଓ ସୂର୍ଯ୍ୟ, ବାୟୁ ବାରିଦ,

ମୋ ପୀଡ଼ା ବାର୍ତ୍ତା ପହଞ୍ଚାଇବ ।

ଆଗକୁ ମୋତେ ବାଟ ଦିଶୁନି,

ପୂର୍ବ କର୍ମକୁ ଦୋଷ ଦିଅନି ।

କେଉଁ ବିଧିରେ ଶ୍ୱଶୂର ଘରେ,

ଯିବି, ବିରହ ଅତୀବ ଘାରେ ।

ବିଷୟ ରସ ନାଚ ନଚାଏ,

ସଦ୍‌ଗୁରୁ ବିନା ନିଜ କେ ନୁହେଁ ।

ସେହି କେବଳ ରାସ୍ତା ଦେଖାଏ,

ଶୁଣନ୍ତୁ ସାଧୁ କବୀର କହେ ।

ସ୍ୱପ୍ନରେ ପ୍ରଭୁ ନିଶ୍ଚେ ଆସିବେ,

ତୋ ହୃଦ ଜ୍ୱାଳା ଲିଭେଇ ଦେବେ ।


Rate this content
Log in