Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Others

5.0  

ବଳରାମ ବାରିକ

Others

ପିତା

ପିତା

1 min
6.8K



ପିତା ...

ପୁତ୍ର ପାଇଁ ପ୍ରଥମ ଆଦର୍ଶ ।

ପିତା ......

ଭରି ଦିଏ ,ପୁତ୍ର ହୃଦେ ଅଦମ୍ୟ ସାହସ।

ପିତା.....

ପୁତ୍ର ର ସୁମାର୍ଗ ଦର୍ଶକ।

ପିତା.....

ପୁତ୍ର ପାଇଁ ଆଦରେ କଣ୍ଟକ।

ପିତା.......

ଆତ୍ମହରା, ପୁତ୍ର ମୁଖେ ଦେଖି ହସର ଝଟକ।

ପିତା.......

ପୁତ୍ର ଜୀବନ ରେ ଆଲୋକ ବର୍ତିକା।

ପିତା ......

ପୁତ୍ର ଜୀବନ ର ସ୍ଵର୍ନିମ ନାଟିକା।

ପିତା.....

ନୁହେଁ ସମ ,ଗର୍ଭଧାରିଣୀ ମାତା ର ।

ପିତା.......

ପୋଛି ଦିଏ ,ଅଦୃଶ୍ୟମାନ ଲୁହ ଯେତେ ତାର ।

ପିତା......

ଭରିଦିଏ ,ପୁତ୍ର ଜୀବନ ରେ ଅଜସ୍ର ସଂସ୍କାର।

ପିତା......

ହୋଇଯାଏ ପ୍ରିୟ ସାଥୀ, ପୁତ୍ର ବଡ଼ ହେଲେ ତାର।

ପିତା .......

ଥିବା ଯାଏଁ ,ପୁତ୍ର ହାରେନି ସଭାରେ।

ପିତା .......

ବଞ୍ଚିଥିବା ଯାଏ, ପୁତ୍ର ରହେନି ଦୁଃଖ ରେ।


✍ବଳରାମ ବାରିକ।


Rate this content
Log in