STORYMIRROR

Sibani Gita

Children Stories Inspirational

4  

Sibani Gita

Children Stories Inspirational

ପିତା

ପିତା

1 min
241


ପିତା ଜୀବନ, ସମ୍ବଳ ଆଉ ଶକ୍ତି

ପିତା ସୃଷ୍ଟି ନିର୍ମାତାର ଅଭିବ୍ୟକ୍ତି

ପିତା ଆଙ୍ଗୁଳି ଧରିଥିବା ପିଲାର ସାହାରା

ପିତା କେବେ ମିଠା ତ କେବେ କଡ଼ା ।।

ପିତା କେବେ ମାଟି କେବେ ଆକାଶ

ପିତା କେବେ ସ୍ୱାଭିମାନ ତ କେବେ ଅଭିମାନ 

ପିତା ପାଳନ , ପୋଷଣ , ପରିବାରର ଅନୁଶାସନ

ପିତା ରାଗ ଦେଖେଇ ଚଲଉଥିବା ପ୍ରେମର ପ୍ରଶାସନ ,

ପିତା ରୁଟି , ବସ୍ତ୍ର , ଛାତ

ପିତା ଛୋଟ ଏକ ପକ୍ଷୀକୁ

ସ୍ବପ୍ନ ଦେଖାଉଥିବା ବଡ଼ ଏକ ଆକାଶ

ପିତା ପ୍ରଦର୍ଶିତ ଅନନ୍ତ ପ୍ରେମର ପ୍ରତୀକ

ପିତା ଅଛନ୍ତି ତ

ପିଲାଙ୍କୁ ପ୍ରତୀକ୍ଷା ଘରକୁ ଫେରିବାର ।।

ପିତା ଯୋଗୁଁ ପିଲାଙ୍କ ଅନେକ ସ୍ୱପ୍ନ

ପିତା ଅଛନ୍ତି ତ ଦୁନିଆଯାକର ଖେଳଣା ନିଜର

ପିତା ଯୋଗୁଁ ପରିବାରର ପ୍ରତିପଳରାଗ

ପିତା ଯୋଗୁଁ ମାଆର ସିନ୍ଦୂର ଆଉ ବିନ୍ଦି 

ପିତା ପରମାତ୍ମାଙ୍କ ସ୍ୱରୂପ ।।

ପିତା ଗୃହ ରୂପକ ଆଶ୍ରମରେ

ଉପସ୍ଥିତ ଥିବା ବ୍ୟକ୍ତି ,

ପିତା ଛାଇ ଦେଉଥିବା ବୃକ୍ଷ 

ପରିବାରର ସାହାରା ।।

ପିତା ସଂସ୍କାର ଦେଉଥିବା ଜୀବନ୍ତ ମୂର୍ତ୍ତି

ପିତା ଏକ ଜୀବନ ଦେଇଥିବା ଜୀବନର ଦାନ

ପିତା ଦୁନିଆ ଦେଖାଉଥିବା ଅସୀମ ଉପହାର ।।

ପିତାଠୁ ବଡ଼ ନାଆଁ କର

ପିତାର ଏହା ସ୍ୱପ୍ନ

ପିତାର ଅପମାନ ନୁହେଁ 

ଆମେ ହେବା ତାର ଅହଙ୍କାର

ପିତା ସୁରକ୍ଷା .....

ଯଦି ମୁଣ୍ଡରେ ହାତ ଥାଏ 

ପିତା ନାହିଁ ଯଦି ପିଲା ଅନାଥ ହୁଏ ,

ମାଆ ଯଦି ହାତ ଧରି ଚାଲି ଶିଖାଏ

ପିତା ପାଦରେ ଛିଡ଼ା ହେବା ଶିଖାଏ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍