Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2.5  

Ram Prasad Bisoi

Others

ପିତା ଓ ପୁତ୍ର !

ପିତା ଓ ପୁତ୍ର !

1 min
6.8K


ପିତା ଓ ପୁତ୍ର !

ଆମେ ନୁହୁଁ ! ପ୍ରାକ ଇତିହାସ ଯୁଗର ମଗଧ ସମ୍ରାଟ ପିତା ବିମ୍ବୀସାର ନା ପୁତ୍ର ଅଶୋକ ଯେଉଁଠି ରାଜ୍ୟଲୋଭରେ ଭାଇ ପିଏ ଭାଇର ରକ୍ତ, ପିତା ବନ୍ଦୀ ହୁଏ , ପୁତ୍ର ହାତେ ତଥାପି ସେଠି ଥିଲା କିଛିଟା ମାନବିକ ମୂଲ୍ୟବୋଧ, ଆଜି ଏଠି ଜୀବନ ତା ଠାରୁ ହୀନ ଏକଥା ଆଜିବି ସତ ପୁତ୍ର ! ଜାଣି ପାରେନି ପିତୃତ୍ବର ମୁଲ୍ୟ ଯେତେଦିନେ ପର୍ଯ୍ୟନ୍ତ ପୁତ୍ର ହୋଇନି ପିତା । (୧)

ପୁତ୍ର ! ଯଦି ହୁଏ ନେତା କି ମନ୍ତ୍ରୀ , ଆଇଏସ ପିତା ହୋଇ ଥାଏ, କୁଲି, କି ମଜୁରିଆ, କି କରାଣୀ କି ବେପାରୀ,ତା ଅବସ୍ଥା କି କହିବ ! ଶୁଣିବାକୁ ନ ଥାନ୍ତି କେହି ବୁଝିବାକୁ ସମୟ ବି ନ ଥାଏ , ପୁତ୍ର ତ ଦେଖା ମିଳେନି ବୋହୁ ବ୍ୟସ୍ତ ତା ଜୀବନ ଆଭିଜାତ୍ୟ ଯେ ଅସମ୍ଭାଳ ! (୨)

ଅଡ଼ର୍ଲି ,ଚାକର,ପିଅନଙ୍କ ଦୟା ଉପରେ , ନିର୍ଭର ହାଡ ଭଙ୍ଗା ପରିଶ୍ରମର ବଳକା ଜୀବନ , ନିଃସଙ୍ଗତା ଏକୁଟିଆ ସାଥୀ , ଅପରାଧୀ ,ବନ୍ଦୀର ଜୀବନ ତା ଠାରୁ ଭଲ , ବୋଧେ ବୃଦ୍ଧାଶ୍ରମ ,ତା ଠାରୁ ଢେର ଭଲ ପିତା ହୋଇ ମୁଁ ଢେର ଖୁସି ଯିବାକୁ ବୃଦ୍ଧାଶ୍ରମ, କିନ୍ତୁ ନାତି ଛଅ ବର୍ଷର ଯେବେ ପଚାରିଲା ତା ବାପାଙ୍କୁ ତମର ବି ଭବିଷ୍ୟତ ର ନିଶ୍ଚିତ ଠିକଣା "" ବୃଦ୍ଧାଶ୍ରମ "" ଧନ୍ୟ ମାନବିକ ମୂଲ୍ୟବୋଧ ଧନ୍ୟ!! ! ତୁମେ କଳିର "" ପିତା ଓ ପୁତ୍ର "" । (୩)

ରାମ ପ୍ରସାଦ ବିଶୋଇ । ତା-୦୭-୦୬-୧୬, ସମୟ-୦୨-୪୪ ଅପରାହ୍ନ , ଏଇରପୋର୍ଟ, ବିଶାଖାପଟ୍ଟନମ,

 
 


Rate this content
Log in