STORYMIRROR

Bishnupriya Panda

Children Stories

4  

Bishnupriya Panda

Children Stories

ପିତା ମାତାଙ୍କ କରିବା ସେବା

ପିତା ମାତାଙ୍କ କରିବା ସେବା

1 min
10


ପଥରେ ପଥର ପୂଜନ 

କରି ଏ ଗୁଣି ଜ୍ଞାନୀ 

ଚଳନ୍ତି ଦେବତା ଚାଲନ୍ତି 

ନଇଁ ନ ଦେଖେ ପୁଣି l 

ପିତାମାତା ସିନା ଦେବତା 

ଆସ ତାଙ୍କୁ ପୂଜିବା 

ପ୍ରାଣ ପଣେ ଚେଷ୍ଟା କରିଣ 

ତାଙ୍କ ଯତ୍ନକୁ ନେବା l 


ଅର୍ଥ ହିଁ ଅନର୍ଥ ର ମୂଳ 

ପୁଣି ଅଟେ ଜରୁରୀ

 ଅର୍ଥ ଵଶ ହୋଇ ସୁଜନେ 

ଦ୍ୟନ୍ତି ଚେତନା ହାରି l

ଅର୍ଥ ଉପାର୍ଜନ କରିବା 

କିନ୍ତୁ ଚେତା ରଖିବା 

ପିତାମାତା ସେବା ନଭୁଲି 

ଆମେ ଅର୍ଥ ଅର୍ଜିବା l


ଅତି ଯତନ ରେ ବାଳୁତ 

ପୁତ୍ର କନ୍ୟା ପାଳୁଛେ 

ଆମକୁ ଯେ ଯତ୍ନ କରିଛି 

ଆମେ ତାକୁ ଭୁଲୁଛେ l 

ଯାହା ଯତ୍ନ ଆମେ ନେଉଛେ 

ସେତ ସବୁ ଦେଖୁଛି 

ଆମେ ବୁଢାବୁଢୀ ହୋଇଲେ 

ସେତ ତାହା କରୁଛି l 


ଏଇ ମର୍ତ୍ୟ ପୁରେ ଅଛଇ 

ପୁଣି ସରଗ ପୁରି 

ପିତା ମାତା ସହ ପିଲାଙ୍କୁ 

ଥାଏ ଯେ ସେବା କରି l 

ସ୍ୱୟଂ ଲକ୍ଷ୍ମୀ ନାରାୟଣ ତ 

ହୁଅନ୍ତି ଉପସ୍ଥିତ 

ବଇକୁଣ୍ଠ ପୁର ଅଟଇ 

ତାକୁ ନମଣ ଛୋଟ l 


ବାଳକାଳୁ ପିଲେ ଶିଖିବା 

ଆସ ପିତୃ ଭକତି 

ମାତୃପ୍ରେମେ ଆମେ ମଜିବା 

ନିଶ୍ଚେ ହୋଇ ତୃପତି l 

ଆଶିଷ ବର୍ଷିବ ସରଗୁ 

ଆମେ ଭଲେ ରହିବା 

ପିତାମାତା ଆଶୀର୍ବାଦ ରୁ 

ଆମେ ଶୁଖେ ବଞ୍ଚିବା l।


Rate this content
Log in