STORYMIRROR

Abhisek Mohapatra

Others

4  

Abhisek Mohapatra

Others

ପିଶାଚୀ ଯନ୍ତ୍ର

ପିଶାଚୀ ଯନ୍ତ୍ର

1 min
85


ତା ଡାକରେ ନିତି ରାତି ପାହେ ।

ପିଙ୍କି "ଗୁଡ୍ ମର୍ଣ୍ଣି" ପଠାଇ ସାରିଥାଏ ହ୍ବାଟସ୍ ଆପରେ ,

ଦିନ ସାରାର କର୍ମମୟ ଜୀବନରେ ପିଙ୍କି ର ମେସେଜ

ସାତ ସହ ପଚାଶ କିଲୋମିଟର ଦୂରରୁ ସକାଳଟାକୁ ତାଜା କରିଦିଏ ।


ସାର୍ ଙ୍କ ଫୋନ୍ ଆସେ ,

ପାଞ୍ଚ ନମ୍ବର ଡ୍ରଇଂ ସିଟ୍ ରେ ଡ୍ରଇଂ ଭୁଲ ଅଛି ।

ପ୍ରାକ୍ଟିକାଲ ସେସନ୍ ର ମାର୍କ ଦେଇ ହେବନି,

ନୂଆ କରି ଆଙ୍କ ଭର୍ନିଅର୍ କାଲିପର୍ ।

ଟାଇଟେଲ୍ ବ୍ଲକ୍ ବି ଆଙ୍କି ପାରୁନ ତ ?


ଏଥର ତୁମେ ଗଲ , 

ବାର୍ଷିକ ପରୀକ୍ଷାରେ ଫେଲ୍ ହେବାଟା ଥୟ !


ମା'ର ଫୋନ୍ ଆସେ ।

ନିଦରୁ ଉଠିନୁ କି ବାବୁନି ?

ପାଞ୍ଚ ଖଣ୍ଡ ପ୍ୟାଣ୍ଟରେ ମୁଠାଏ ସର୍ପ ପକାଇ ଧୋଇବୁ ।

ଆଜି କ'ଣ କରିଛ ଖାଇବା ମେସ୍ ରେ ?

ଆଇଁଷ ତ ତୁ ରାନ୍ଧିବା ଶିଖିନୁ ,

ପ୍ରବୀଣକୁ କହିବୁ କରିଦେବ ।


"କାହା ସହ କଥା ହେଉଛ ?"

ପିଙ୍କି ଫୋନ୍ କରେ ,

ଫୋନ୍ ଏତେଥର କଲିଣି ଉଠାଇ ପାରୁନ ?

ତୁମେ ଖୁବ୍ ଦାୟିତ୍ବହୀନ ।


ପିଶାଚୀ ଯନ୍ତ୍ର ଗପୁଥାଏ ।

ଆହୁରି ପୁଣି ବାପାଙ୍କର ଆଉ ଫିଜିକ୍ସ ସାର୍ ଙ୍କ ନମ୍ବର ୱେଟିଙ୍ଗ ରେ ଥାଏ !



Rate this content
Log in