STORYMIRROR

SUKANTA KHANDA

Others

3  

SUKANTA KHANDA

Others

ପଇସା

ପଇସା

1 min
206

ପଇସା ଦେଖିବା ଆଜି ସ୍ୱପ୍ନର ବାହାରେ

ଯଦିଓ ରହିଛି 

କାରବାର ହେଉନି ଜମ୍ମାରୁ।


ଅଜା କହୁଥିଲେ ନାତିକୁ

ନାତି ଶୁଣୁଥିଲା କାନକୁ ଡେରି।


ନାତି କହିଲା ଅଜା 

ମୁଁ ପଚାଶ ପଇସା ଦେଖିଛି।


ଅଜା କହିଲେ ମୁଁ ତୋ ପରି ଥିବାବେଳେ

ଏକ ଦୁଇ ତିନି ପାଞ୍ଚ ଦଶ କୋଡି଼ଏ ପଚିଶ ଓ ପଚାଶ ପଇସା ଚଳୁଥିଲା।


ଜାଣିଛୁ !

ପାଞ୍ଚ ପଇସାରେ ପାଞ୍ଚଟି ଗୁଲୁଗୁଲା

ଏବେ ଗୁଲୁଗୁଲା ନାହିଁ କି ପାଞ୍ଚ ପଇସା ବି ନାହିଁ।


ବଡ଼ ଆଶ୍ଚର୍ଯ୍ୟ ହୋଇ ନାତି କହିଲା

ଏବେ ତ ବୋଲଡ଼ର ଅଛି

ଗୋଟାକ ପାଞ୍ଚଟଙ୍କା ନୁହେଁ?


ଅଜା କହିଲେ ଏବେ 

ଟଙ୍କା ମାଳମାଳ ଓ ବିଡାବିଡା

ଘରୁ ବାହାରିବୁ ତ 

ପାଣି ପରି ବହିଯିବ ଅଣ୍ଟିରୁ ତଳକୁ।


ଦୁଇ ଅଜା ଓ ନାତିଆ 

ବସିଥିଲେ ସଞ୍ଜ ମୁହଁଟାରେ

ଯେଉଁଠି ସୂର୍ଯ୍ୟ ଲୁଚି ଯାଉଥିଲେ

ପକ୍ଷୀଙ୍କର କାକଳି ବି ନୀଡ଼ ବାହୁଡା଼ରେ

ଅଥଚ ଏ ଦୁହେଁ ତଉଲୁଥିଲେ

ଗତକାଲି ଓ ଆଜି ପଇସାର ଫରକ।


ଅଜା କହିଲେ ଭବିଷ୍ୟତ ଅନିଶ୍ଚିତ

କ'ଣ ହେବ କେଜାଣି?

ଆସନ୍ତା କାଲିକୁ ହୁଏତ ଲୋପ ହୋଇଯିବ

ପୂରା ପଇସାର କାରବାର।


ନାତି କହିଲା ସମୟର ଖେଳ

ଦୁହେଁ କୋଳାକୋଳି ହେଲେ।


ପଇସାର ମୂଲ୍ୟବୋଧ ଦବି ଯାଉଛି ତ

ଦୁହିଁଙ୍କ ଆଖିରେ ଆଖିଏ ଲୁହ।

     ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍