STORYMIRROR

Sadananda Pratihari

Others

2  

Sadananda Pratihari

Others

ପିଞ୍ଜରାବଦ୍ଧ ଶୁକ

ପିଞ୍ଜରାବଦ୍ଧ ଶୁକ

1 min
548


ପିଞ୍ଜରାରେ ଥାଇ ଡାକଦେଲା ଶୁକ ଆହେ ପ୍ରଭୁ ଚକ୍ରଧର

ବନ୍ଧନରେ ପଡ଼ି ଭୋଗୁଛି ମୁଁ କଷ୍ଟ ମୋତେ ପ୍ରଭୁ ମୁକ୍ତକର l

ଥିଲି ମୁଁ ବିହଙ୍ଗ ମୁକ୍ତ ଆକାଶର ଉଡ଼ୁଥିଲି ଗିରିବନ

ଝରଣାର ଜଳ କରୁଥିଲି ପାନ ଖାଇ ଶସ୍ୟ ଫଳ ଧାନ l

ଶାରୀକି ଛାଡି ମୁଁ ବଞ୍ଚିବି କିପରି ସେତ ମୋର ପ୍ରାଣ ଧନ

ମୋ ବିହୁନେ ସେତ ଭୋଗୁଥିବ କଷ୍ଟ ଜଳ ବିନା ଯେହ୍ନେ ମୀନ l

କହିଲେ ଉତ୍ତରେ ପ୍ରଭୁ ଚକ୍ରଧର ଶୁଣ ତୁହି ଶୁକପକ୍ଷୀ

ଭୋଗୁଛୁ ନିଜେ ତୁ ତୋର କର୍ମଫଳ ଧର୍ମ ଅଛି ମୂକସାକ୍ଷୀ l

ଥିଲୁ ତୁହି ବ୍ୟାଧ ତୋ ପୂର୍ବ ଜନ୍ମରେ ମାରିଥିଲୁ ପଶୁପକ୍ଷୀ

ବିକ୍ରିକରିଥିଲୁ କେତେ ଶୁକଶାରୀ ପଞ୍ଜୁରି ଭିତରେ ରଖି l

ତୋର କର୍ମଫଳ ଭୋଗୁଛୁ ତୁ ନିଜେ ତାକୁ କେ କରିବ ଆନ

ତେଣୁ ପ୍ରାଣୀମାନେ କର୍ମ କଲାବେଳେ ହୋଇଥାନ୍ତି ସାବଧାନ l

ସଦାନନ୍ଦ ପ୍ରତିହାରୀ

Email id -snpratihari7@gmail.com








Rate this content
Log in