ପିଲାଦିନ
ପିଲାଦିନ
ପିଲାବେଳ ଧୂଳିଖେଳ
ସାଙ୍ଗ ସାଥି ମେଳ
ମନେ ପଡେ ଭାରି କାହିଁ
ବୋହୂ ଚୋରି ଖେଳ।
ନଅ ନବାଜୁଣୁ ପୁଣି
ହୋଇ ତରବର
ବହି ବସ୍ତାନି ଝୁଲାଇ
ସ୍କୁଲ ଯିବା ବେଳ।
ଭଲ ପଢେ ବୋଲି କେବେ
ଖାତା ଚୋରି ହୁଏ,
ବେଳେ ବେଳେ ତା' ସାଥି ରେ
ଗୁଲୁ ଚୁପି ହୁଏ।
ଧରା ପଡିଗଲା ପରେ ପୁଣି
କେତେ ମାଡ ଗାଳି
କିଛି ଦିନ ଗଲା ପରେ
ସବୁ ଯାଏ ଭୁଲି।
ଆମ୍ବ, ତେନ୍ତୁଳି, ମିଶ୍ଚର୍
ବସ୍ତାନୀରେ ଥାଏ
ଖାଇବା ଛୁଟି ରେ ସିଏ
ଭାରି କାମ ଦିଏ।
ତାଳ ଚକଡାରେ ମୁଁ
କେତେ ଯେ ଖେଳିଛି,
ତିନି ଚକ ଶଗଡଟା
ଏବେ ବି ମନେ ଅଛି।
ଗାଆଁ ପାଲା ମେଳନକୁ
କାନ୍ଧରେ କାନ୍ଧେଇ,
ଜେଜେ ବାପା ବୁଲୁଥା'ନ୍ତି
ବଡ ଖୁସି ହୋଇ।
ପୂଜା ପର୍ବାଣୀରେ ନିଦ
କେବେ ହୁଏନାହିଁ,
ଫୁଲ ଚୋରି କରୁ କରୁ
ରାତି ଯାଏ ପାହି।
ବର୍ଷା ଦିନ ହେଲେ ପୁଣି
ଗାଆଁ ଦାଣ୍ତ ଧାରେ,
ରଙ୍ଗ ବେରଙ୍ଗର ଡଙ୍ଗା
ଭାସି ଭାସି ବୁଲେ।
ଆଜି କାହିଁ ପିଲାଦିନ
ମନେ ପଡେ ଭାରି,
ଥାକ ଥାକ ଫାଇଲ୍ ରୁ
ମନ ଯାଏ ଛାଡି।
ଗାଆଁ ଖୋଲା ପବନକୁ
ମନ ଝୁରି ହୁଏ,
ତାପ ନିୟନ୍ତ୍ରଣ କୋଠରୀରେ
ସେ ମଜା କି ଥାଏ।
ଫେରି ଆ ପିଲାଦିନ
ଅନୁରୋଧ ମୋର,
ଖୁସି ଖୁସି ଚାଲିଯିବି
ଗାଆଁ କୁ ମୁଁ ମୋର।
ସହରର ମାୟାଜାଲୁ
ମୁକ୍ତି ମୁଁ ଚାହୁଁଛି,
ଖୁସି ଖୁସି ଜୀବନ କୁ
ଜିଇଁବା ଚାହୁଁଛି।
କିଏ ମୋତେ ଆଣିଦେବ
ମୋର ପିଲାଦିନ,
ଗୁମୁରି ଗୁମୁରି ମୋର
କାନ୍ଦୁଥାଏ ମନ।