STORYMIRROR

Jagabandhu Sahu

Others

3  

Jagabandhu Sahu

Others

ପିଲା ଦିନ ସ୍ମୃୃତି

ପିଲା ଦିନ ସ୍ମୃୃତି

1 min
336

ମନେ ପଡେ ଆଜି ସେଇ ପିଲା ବେଳ

    ନଈ ତଡ ବିଲ କଥା

ସାଙ୍ଗ ସାଥୀ ହୋଇ ଯାଉଥାଉ ଧାଇଁ

    ଡେଇଁ କେତେ କଣ୍ଟା ଲତା l


କାଦୁଅ ଜମିରେ ଧାନ ବିଲେ ପଶି

    କଙ୍କଡା ଧରିବା ମଜା

ଡାବା ଟିଣ ସାଥେ ସାଙ୍ଗ ସାଥୀ ହୋଇ

    ବାଜାଉ ତେଳୁଗୁ ବାଜା l


ବରଷା ଆସିଲେ ଓଳି ତଲେ ବସି

     ଭସାଉ କାଗଜ ଡଙ୍ଗା

ମନେ ପଡିଗଲେ ସେଇ ପିଲା ବେଳ

     ଆଖି ପଡି ଯାଏ ରଙ୍ଗା l


ଫେରିବନି ଆଉ ସେଇ ପିଲା ବେଳ

    ଯାହାତ ଯାଇଛି ଚାଲି

ଶୁଭ ସକାଳର ଘେନ ମୋ ଶୁଭେଚ୍ଛା

     କହୁଛି ହୃଦୟ ଖୋଲି l



Rate this content
Log in