ପିଲା ଦିନ ଖେଳ
ପିଲା ଦିନ ଖେଳ
ସେ ଆମ୍ବ ଗଛ ତୋଟା ରେ
ଧାଇଁବା, ନାଚିବା ଖେଳ
ବରପିଲା -କନ୍ୟାହାରି ର
ବିବାହ କରିବାର ମିଛ ଖେଳ l
ସେ ମାଟି ର ପାତ୍ର
ତା ଉପରେ ଖାଦ୍ୟ ରନ୍ଧାର ଖେଳ
କଣ୍ଡେଇ, କାଠି ର ଚକ
ଧରି ବୁଲିବା ର ଅଭୁଲା ଖେଳ l
ସେ ବାଲିଘର ବନାଇବ
ତାକୁ ମନ୍ଦିର ବୋଲି ଭାବିବା ଖେଳ
ଚପଲ କୁ ଧରି ପକାଇ
ଗାଡି ଚଳାଇବା ର ମଜା ଖେଳ l
ସେ ବର୍ଷା ପାଣିରେ ଭିଜିବା
ତା ପରେ କାଗଜ ଡ଼ଙ୍ଗା ଛାଡିବା ଖେଳ
କାଦୁଅ କୁ ଧରିବା
ଝିଟିବା ର ସୁନ୍ଦର ଖେଳ l
ସେ ନିର୍ମଳ ଆକାଶ କୁ ଦେଖିବା
ଜହ୍ନ ମାମୁଁ କହିବାର ଖେଳ
ଭାତ ନ ଖାଇବାର ବାହାନା
ବାୟା ଗୀତ ଶୁଣିବାର ହସ ଖେଳ l
