STORYMIRROR

Kadambari Mohakhud

Children Stories Classics Children

3  

Kadambari Mohakhud

Children Stories Classics Children

ଫୁଟଫାତ୍ ର ଶୀତ

ଫୁଟଫାତ୍ ର ଶୀତ

1 min
160

ଶୀତରେ ଥରୁଛି କୁନି ଦେହଟି ତାର 

କୁନି ଫ୍ରକଟି ଢାଙ୍କି ପାରୁନାହିଁ 

କୁନି ପାଦ ଦୁଇ ତାର 

ପ୍ରଥମ ଶୀତର ଏ ପ୍ରଥମ ସକାଳ ||


ଫୁଟଫାତ୍ ର ବିଛଣା ଉପରେ 

ଛିଣ୍ଡା ଚାଦରର ଓଢଣୀ ଭିତରେ 

ପ୍ରଥମ ଶୀତ ଭାବି 

ବୁଝାଇ ନିଏ ମନକୁ ତାର 

ପ୍ରଥମ ଶୀତର ଏ ପ୍ରଥମ ସକାଳ ||


ଶୀତ ବିଛଣାରେ ନିଦ ତା ଭାଙ୍ଗଇ 

କାଠି କାଗଜକୁ ଏକାଠି କରାଇ 

ପ୍ରଥମ ଶୀତର ପ୍ରଥମ ସକାଳେ 

ଛିଣ୍ଡା ଚାଦର ତା କାନ୍ଧରେ ପକାଇ

ବଡ଼ ବାବୁଙ୍କର ଛିଣ୍ଡା ଜିନିଷକୁ

ଗୋଟାଇ ଆଣି ନିଆଁ ସେ ଲଗାଏ 

ସରାଗେ ମେଣ୍ଟାଏ ଶୀତକୁ ତାର 

ପ୍ରଥମ ଶୀତର ଏ ପ୍ରଥମ ସକାଳ ||


ସାନ ଭାଇ ସାଥେ 

ପାଟି ଧୁଆଁ ଖେଳ 

ସରାଗରେ ସେ ସ୍ବାଗତ କରେ

ଫୁଟଫାତ୍ ର 

ପ୍ରଥମ ଶୀତର ଏ ପ୍ରଥମ ସକାଳ ||


Rate this content
Log in