STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଫୁଲ୍ଲେରୀ ଓଷା

ଫୁଲ୍ଲେରୀ ଓଷା

1 min
168

ଦେଖ ଗୋ ଆଜି ଅଟେ ଫୁଲ୍ଲେରୀ ଓଷା  

ଗାଁ ଦାଣ୍ଡ ବୁଲି ଆସ ପିଲାଏ ମାଗିଵା ଭିକ୍ଷା

ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା

ପରିବା, ଚାଉଳ ମାଗିବା ଆଜି ପିଲାଙ୍କ ନିଶା


ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା

ଘାଣ୍ଟ ତିଅଣ କରି ବ୍ରଜ ମହାକାଳୀଙ୍କ

ନିକଟେ ଆସ ଭୋଗ ବାଢିବା

ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା


ବଜ୍ର ମହାକାଳୀଙ୍କ ବ୍ରତଟି ରଖିବା 

ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା

ସନ୍ତାନର ଦୀର୍ଘାୟୁ ପାଞ୍ଚି ହଳଦି ଗଣ୍ଠି 

ପିଲାଙ୍କ ହସ୍ତରେ ବାନ୍ଧିଟି ଦେବା


ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା

ମା କାଳିଙ୍କ ନିକଟେ ବିନତି କରି 

ଆମ ପିଲାଙ୍କ ମଙ୍ଗଳ ପାଞ୍ଚିବା

ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା

 

ବିରିଲଡୁ ଅଟକାଳି କାକରା ଆରଦ୍ରା କରି 

ପାଣି କଖାରୁ ପତ୍ର ଉପରେ ଭୋଗ ବାଢିବା

ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା


ଅପମାରଙ୍ଗ,ବଜ୍ରମୂଳି,ମହାକାଳ 

ଡାଳ ଆଣି ଘରେ ପୂଜା କରିବା

ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା

ସେହି ଡାଳରେ ପିଲାଙ୍କୁ ବର୍ଜହେବା ପାଇଁ ବାଡେଇବା

ଦେଖଗୋ ଆଜି ଅଟେ ଫୁଲ୍ଲେରୀ ଓଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍