STORYMIRROR

Satyabati Swain

Others

4  

Satyabati Swain

Others

ଫୁଲ

ଫୁଲ

1 min
531

ଫୁଲ !

ଆଶା ଅଭିଳାଷର ଫୁଟେ

ସଫଳତା ପବିତ୍ରତାର

ଏବଂ ମୁକ୍ତିର ହୁଏ ପୁଷ୍ପାଞ୍ଜଳି।

ଫୁଲ !

ସ୍ୱପ୍ନ ସ୍ନେହର ଫୁଟେ

ପ୍ରେମର ତଥା

ବିଶ୍ୱାସରେ ମହକେ।

ଫୁଲ !

ସକାଳ ସଂଜର ପ୍ରିୟତମା ସାଜେ

ରାତିର ତାତି କୁ ଉଜ୍ଜୀବିତ କରେ

ପୁଣିପାହାନ୍ତି ପହରର ଦଲକାଏ ବାସ୍ନା ହୋଇ

ଫିଟି ପଡେ ଝର୍କା ଖୋଲୁ ଖୋଲୁ।

ଫୁଲ !

ଶୁଭର,ଶାନ୍ତି , ଅହିଂସା ଓ ପବିତ୍ରତାର ପ୍ରତୀକ

ଶୋଭା ପାଏ ଦେବତା ଗଳାରେ

ଲୋଡ଼ା ହୁଏ ବିବାହ ବ୍ରତରେ

ପୂଜା ପାଠ ଏବଂ ଜାଗ ଯଜ୍ଞରେ।


ଥାଏ କେବେ

ଆରମ୍ବ ଓ ଶେଷରେ

କେବେ ବରମାଳା ତ

ପ୍ରେମିର ପ୍ରତୀକ ହୋଇ

କେବେ ଶହୀଦ କଫିନରେ

ବା

ପୁଣି ଶେଷଯାତ୍ରା କୋକେଇରେ।



Rate this content
Log in