STORYMIRROR

JAGYASINI PARIDA

Others

4  

JAGYASINI PARIDA

Others

ଫୁଲ ପରି ସେ କୋମଳ

ଫୁଲ ପରି ସେ କୋମଳ

1 min
192

ଫୁଲ ପରି ସେ ନୀରିହ କୋମଳ 

ସରଳିଆ ତାର ମନ

ପାତର ଅନ୍ତର କରିପାରେନା ସେ

'ମାଆ' ଅଟେ ତାର ନାମ।


ତା ହୃଦବନରୁ ନିତି ଫୁଟିଥାଏ

ସ୍ନେହଭରା ପ୍ରୀତିଫୁଲ

ସେ ପ୍ରୀତି ଫୁଲକୁ ଉପହାର ଦେଇ

ସଭିଙ୍କୁ ପାଏ ସେ ଖାଲି ଭଲ।


ମଥା ରଖିଦେଲେ ତା କୋଳରେ ଥରେ

ମିଳିଯାଏ ସବୁ ସୁଖ

ଅପସରି ଯାଏ ଆପେ ଆପେ ସବୁ 

ଜୀବନର ଯେତେ ଦୁଃଖ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍