ଫୁଲ ପରି ସେ କୋମଳ
ଫୁଲ ପରି ସେ କୋମଳ
1 min
189
ଫୁଲ ପରି ସେ ନୀରିହ କୋମଳ
ସରଳିଆ ତାର ମନ
ପାତର ଅନ୍ତର କରିପାରେନା ସେ
'ମାଆ' ଅଟେ ତାର ନାମ।
ତା ହୃଦବନରୁ ନିତି ଫୁଟିଥାଏ
ସ୍ନେହଭରା ପ୍ରୀତିଫୁଲ
ସେ ପ୍ରୀତି ଫୁଲକୁ ଉପହାର ଦେଇ
ସଭିଙ୍କୁ ପାଏ ସେ ଖାଲି ଭଲ।
ମଥା ରଖିଦେଲେ ତା କୋଳରେ ଥରେ
ମିଳିଯାଏ ସବୁ ସୁଖ
ଅପସରି ଯାଏ ଆପେ ଆପେ ସବୁ
ଜୀବନର ଯେତେ ଦୁଃଖ।
