STORYMIRROR

K. Nirmal

Others

2  

K. Nirmal

Others

ଫୁଲ୍ ଗଡ଼ବଡ଼

ଫୁଲ୍ ଗଡ଼ବଡ଼

1 min
280


ଟୋକେଇ କୁଣ୍ଢେଇ ବାପଘର ଗଲେ
ଛାଞ୍ଚୁଣି ଜଗିଛି ଘର,
ଢ଼ିଙ୍କି କି କଲାଣି ଆମଶୂଳା ଝାଡ଼ା
ଚାଲୁଣି କି ହେଲା ଜ୍ୱର ।

ବିଲୁଆ ମଉସା ବାହାହେବ ବୋଲି
ଚାଲିଛି ଯେତେକ ନାଟ,
ବିଲେଇ ନାନୀ ଯେ ଆଖି ଠାର ମାରେ
ମୂଷା ଉଠାଉଛି ଫୋଟ ।

ଛୁଞ୍ଚି ଭାଇନା ମୋ ସବୁକଥା ଶୁଣି
ପାଲିଙ୍କି ସଜେଇ ଦେଲା,
ଦଣ୍ଡିକିରି ମାଛ ହୁଳ ହୁଳି ଦେଇ
ଦାଣ୍ଡ ଦୁଲୁକେଇ ଦେଲା।

ବଗ ଭାଇ ମୋର ଚଷମା ପିନ୍ଦି କି
ବାଘ ମାମୁଁ ସାଥେ ଆସି,
ନାଗିନୀ ବାଜାରେ ନାଚିକି ସମସ୍ତେ
ହୋଇଗଲେ ଭାରି ଖୁସି ।

ବିଲୁଆ ମଉସା ବାହାଘର ବେଳେ
ବାଣ୍ଟୁଥିଲା ଖାଲି ଟଙ୍କା,
ଯେତେ ସବୁ ଥିଲେ ତାହାରି ପଛରେ
କରିଦେଲେ ମୁହଁ ବଙ୍କା ।

ବିଲୁଆ ମଉସା ବାହାଘର ବେଳେ
ମାଛକୁ ଦେଶୀ ଚିକେନ,
ବାହାଘର ଯେବେ ଶେଷ ହୋଇଗଲା
ସଭିଁକୁ ମିଳିଲା ପାନ ।

◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
◆ ମୋବାଇଲ୍:-୯୫୬୬୧୧୩୬୦୭
◆ Gmail:- nirmaln270@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍