ଫୁଲ ବଉଳ ବେଣୀ ସାମ୍ପ୍ରତିକ
ଫୁଲ ବଉଳ ବେଣୀ ସାମ୍ପ୍ରତିକ
ସାରା ବିଶ୍ବରେ ଭାଳେଣି ଲୋ ଫୁଲ ବଉଳ ବେଣୀ
ଦୁଇଶ ଦଶଟା ଦେଶରେ ମାତିଛି
ଦୁଇଶ ଦଶଟା ଦେଶରେ ମାତିଛି
ଘରୁ ନିଏ ସିଏ ଟାଣି ଲୋ ଫୁଲ ବଉଳ ବେଣୀ ।
ଯେତେ ବଡ ବଡ ଦେଶ ଲୋ ଫୁଲ ବଉଳ ବେଣୀ
ସେତେ ଅଧିକ ସେ ହୀନସ୍ତା ହୁଅନ୍ତି
ସେତେ ଅଧିକ ସେ ହୀନସ୍ତା ହୁଅନ୍ତି
କରୋନାର ମହା ପାଶ ଲୋ ଫୁଲ ବଉଳ ବେଣୀ ।
ଗ୍ରୀଷମ ଦେଶ ଆମର ଲୋ ଫୁଲ ବଉଳ ବେଣୀ
ଝାଳ ବୁହେ ବୋଲି ଡରୁଥିଲେ ଯିଏ
ଝାଳ ବୁହେ ବୋଲି ଡରୁଥିଲେ ଯିଏ
ଖରାରେ କଟାନ୍ତି କାଳ ଲୋ ଫୁଲ ବଉଳ ବେଣୀ ।
ବିବିଧତାରେ ଏକତା ଲୋ ଫୁଲ ବଉଳ ବେଣୀ
ଚାଳିଶି ଦିନକୁ ଘରେ ପଶିଛନ୍ତି
ଚାଳିଶି ଦିନକୁ ଘରେ ପଶିଛନ୍ତି
ମାନି ସରକାର କଥା ଲୋ ଫୁଲ ବଉଳ ବେଣୀ ।
ଛିଙ୍କ କାଶ ଟିକେ ହେଲେ ଲୋ ଫୁଲ ବଉଳ ବେଣୀ
ଶହେ ଚାରିକୁ ସେ ଡାଏଲ୍ କରନ୍ତି
ଶହେ ଚାରିକୁ ସେ ଡାଏଲ୍ କରନ୍ତି
ଆପେ କ୍ୱାରାଣ୍ଟାଇନ୍ ହେଲେ ଲୋ ଫୁଲ ବଉଳ ବେଣୀ ।
ଘରୁ ବାହାରକୁ ଗଲେ ଲୋ ଫୁଲ ବଉଳ ବେଣୀ
ମାସ୍କ୍ ବାନ୍ଧି ସେହୁ ଚାଲି ଚାଲି ଯାନ୍ତି
ମାସ୍କ୍ ବାନ୍ଧି ସେହୁ ଚାଲି ଚାଲି ଯାନ୍ତି
ସୁନା ପିଲା ହେଇଗଲେ ଲୋ ଫୁଲ ବଉଳ ବେଣୀ ।
ମଇର ତିନି ବେଳକୁ ଲୋ ଫୁଲ ବଉଳ ବେଣୀ
ଦେଶ ଆମ ହେବ କରୋନାରୁ ମୁକ୍ତ
ଦେଶ ଆମ ହେବ କରୋନାରୁ ମୁକ୍ତ
କଥା ରହିବ କାଳ କାଳକୁ ଲୋ ଫୁଲ ବଉଳ ବେଣୀ ।
ଭାରତ ସଂସ୍କାର ଗାଥା ଲୋ ଫୁଲ ବଉଳ ବେଣୀ
ସାରା ପୃଥିବୀରେ ଚହଳ ପକାଏ
ସାରା ପୃଥିବୀରେ ଚହଳ ପକାଏ
ମାନ ବିଶ୍ୱେଶ୍ୱର ହୀନ କଥା ଲୋ ଫୁଲ ବଉଳ ବେଣୀ ।
