Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଫଟା ଜୋତା

ଫଟା ଜୋତା

1 min
318


ଖଡଖଡିଆ ତ     ନେଇଥିଲୁ ଟଙ୍କା

କଲୁ କିଆଁ ଧପାବାଜି

ତୋର ଦିଆ ଜୋତା  ଫାଟିଗଲା ଚାଲି

ପରଖି ଦେଖରେ ପାଜି ।

ଏତେ ବି ଚାଲିନି     ତଥାପି କାହିଁକି

ଜୋତା ମୋର ଗଲା ଫାଟି

ଚମଡା ଛାଡି ଏ    ଆଗରୁ ଦେଖିଲେ

ଲାଗୁଛି କୁମ୍ଭୀର ପାଟି ।

ଭାସ୍କୋଡାଗାମାର  ଗୋଆ ଦେଖି ମାତ୍ର

ପାନିପଥ ଯାଏଁ ଗଲି

ସିଦ୍ଧାର୍ଥ ନଗରୁ       ହର୍ଷବର୍ଦ୍ଧନଙ୍କ

ଗାଆଁରେ ପ୍ରବେଶ କଲି ।

ଚନ୍ଦ୍ରଗୁପ୍ତ ଆଉ      କାଳିଦାସ ସହ

ବିତାଇଛି ଦୁଇଦିନ

ଅମିର ଖୁସୁରୁ       ଆକବର ଗଡ

ବାଟେ ଥିବ ଜୋତାଚିହ୍ନ ।

ରଜିଆ ସୁଲତାନା  ଲକ୍ଷ୍ମୀବାଈ ସାଥେ

ପାରିଲିନି ଦେଖା କରି

ଏତିକି ଚାଲିଛି     କହରେ କେମିତି

ଜୋତାତଳ ଗଲା ସରି ?

ମୂଲ ତ ଦେଇଛି ତା' ବଦଳେ ମୋତେ

ଅସଲ ମିଳିଲା ନାହିଁ

କିସ କହନ୍ତେ ସେ ଦେଖା ହୋଇଥିଲେ

ଏ ଯୁଗେ ସାଧୁତା ନାହିଁ !

ମଗଧରେ ପରା   ୟୁନାନୀଙ୍କ ଝାଳେ

ସୁନା ଝରୁଥିଲା ଜାଣି

ଇଚ୍ଛା ମୋ ଦେଶକୁ   ଭେନିସ୍ ସହରୁ 

ବୁହାଇ ଆଣନ୍ତି ପାଣି ।

ଭଲ ଦେଖିବାକୁ    ଚଷମା ଏ ଯୁଗେ

ତିଆରି ହୋଇଛି ସିନା

ଛଳ କିବା ଜଳ    ଅନ୍ତରେ କେମିତି

ଜାଣିବି ସଂଶୟ ବିନା ?

ଝାଳ ଯେତେ ଏବେ  ବାହାରେ ଦିଶୁଛି

ଭିତରେ ସେସବୁ ଲହୁ

ଉର୍ବରକ ନୁହେଁ   ଗଛମୂଳେ ଦେଲେ

ବଢିଯା'ନ୍ତା କହୁ କହୁ ।

ପ୍ରାଚୀନ କାଳର  ଲୋକଙ୍କୁ ଭେଟିଲେ

କହିଦେବି ସବୁତକ

ଯୁଗ ବଦଳିଛି    ଏ ସଂସାରେ ଏବେ

ମିଳିବେ ସମସ୍ତ ଠକ ।

ଅବୋଧ ଭଳି ମୁଁ   ଲେଖିଦିଏ ବୋଲି

କବିକୁଳ କହେ ଦୋଷୀ

ଫଟା ଜୋତା ଦେଖି   ବିଦ୍ରୂପ କରନ୍ତି

ହସୁଥାନ୍ତି ମନ ତୋଷି ।


Rate this content
Log in