Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chttaranjan Parida

Others

4.3  

Chttaranjan Parida

Others

ଫରକ୍

ଫରକ୍

1 min
11.5K


ସେବେର

     ଏବେର 

     କଥା ଓ କାହାଣୀ

ଆମର ସବୁ ଚିରା ଓ ଫଟା

ଇଛା ଥିଲେ ବି ହୁଏନି ଗୋଟା ।

କାଲିର

     ଆଜିର

     ଘଟଣା ଓ ଦୁର୍ଘଟଣା

ସବୁ ଖଟା କିବା ମିଠା

ଯେତେ ଯାହା ହେଲେବି

    ଲାଗେନି ପିତା ।

ସେଦିନର

      ଏ ଦିନର

      ତୁମେ ଓ ମୁଁ ର

 ସବୁ ଥିଲା ଛକାପଞ୍ଝା

ଯିଏ ଚାହିଁଲେ ବି

ବହିବନି ଝଞ୍ଜା ।

ସେ କାଳର

       ଏ କାଳର

       ଭାବ ଓ ସମ୍ପର୍କ

 ସବୁ ଜଣା କିବା ଅଜଣା

 ଯେତେ ଯିଏ କହିଲେବି

  ମନ ହେବନି ବଣା ।

 ସେବେର ଏବେର

 କାଲିର ଆଜିର

 ସେଦିନର ଏଦିନର

 ସେକାଳ ଏକାଳ ମଧ୍ୟରେ

 ଆମର କିଛି ଫରକ ପଡେନା

      ହେଲେ

 ଫରକଟା ସେମାନଙ୍କୁ ଜଣା ।


 


Rate this content
Log in