STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଫରକ ! କାଲି ଆଉ ଆଜି ।

ଫରକ ! କାଲି ଆଉ ଆଜି ।

1 min
2.4K


ଫରକ ! କାଲି ଆଉ ଆଜି ।

ସେ ଦିନ ଥିଲାସେଥିରେ ଥିଲା ପ୍ରେମିକା ଆଉ ଆମ କଲେଜର କୁଂଜବନ,ସେଇ ସିମେଣ୍ଟ ବେଞ୍ଚ ,ଅସରନ୍ତି ଆଳାପ, ମୋର ମନେ ଅଛି, ନ ଦେଖି ସେ କଲେଜରେ ମତେ ଖୋଜି ପହଞ୍ଚି ଥିଲା ମୋ ଘରେ, ଜ୍ବରରେ ପୀଡିତ ,ଶୋଇ ଥାଏ ଖଟରେ, ବାପା ବୋଉ ଯାଇଥିଲେ ଗାଁ କୁ, ଆସି ବସିଲା ସେ ପାଖେ, ନା ଥିଲା ଆମ ପ୍ରେମରେ କିଛି ଆବିଳତା, ଦେହ ସାରା ପୋଛି ଦେଲା ମୁଣ୍ଡରେ ପଟିଦେଇ ପଡି ରହିଥିଲେ ସାରାରାତି ମୋ ପାଖରେ, ମୁଁ ଅଜଣାତ ରେ ଶୋଇ ପଡି ଥିଲି ତା କୋଳେ ସତେ ଯେମିତି ସେ ଥିଲା ମୋ ମା କୋଳ, ସକାଳୁ ଆଖି ଖୋଲି ଦେଖେ, ବୋଉ ନ ଥିଲା ଥିଲା ମୋ ପ୍ରେମିକା, ଥିଲା ସେଇ ବଛାଲ୍ୟତାର ହସ ତା ମୁଖେ ଫରକ ! ଆଜି ଏତିକି ! ବୋଉ ନାହିଁ କି ? ସେ ପ୍ରେମିକା ନାହିଁ , ଖାଲି ଅଛି, ଘରଣୀ, ତେଲ ଲୁଣର ସଂସାର, ସରିଲା ସଉଦା,ନାହିଁ ପରିବା, ଝିଅର ସ୍କୁଲ ୟୁନିଫୋର୍ମ ହେଲାଣି ଛୋଟ,ପୁଅର କଲେଜ ଫିଜ୍, ଭଙ୍ଗା ସ୍କୁଟର ମରାମତି, ଅଖିରେ ଚଷମା, ଆଉ ମୋ ଚନ୍ଦାମୁଣ୍ଡ ଘରଣୀଙ୍କ ରାତିର ଘୁଙ୍ଗୁଡ଼ି, ଆଉ ଡାକ, ହଇ କି ମ ଏଠି କିଛି କର , ତମକୁ ତ ଦେଖିଲିଣି କିଛି ପଡୁନି ଫରକ , ଫରକ ! କାଲି ଆଉ ଆଜି ।

ରାମ ପ୍ରସାଦ ବିଶୋଇ,(କାଶ୍ୟପ) ରାୟଗଡ଼ା । ତା-୨୩-୦୫-୧୬ ସମୟ-ସନ୍ଧ୍ୟା-୭-୨୦ ।


Rate this content
Log in