Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Renuka Samal

Others

3  

Renuka Samal

Others

ଫ୍ରି ଇଣ୍ଡିଆ

ଫ୍ରି ଇଣ୍ଡିଆ

1 min
30


ଭାରତ ମା'ର ସନ୍ତାନ ଆମେ

ନାହିଁ ଆମ ଜାତି ଧର୍ମ

ସାରା ବିଶ୍ବରେ ଗୈ।ରବି ଲାଗି

ଆଦରି ନେବୁ ସୁକର୍ମ।

ମୋ ଦେଶର ଭଳି ଦେଖିଛ କି କାହିଁ

ଏ ଧରା ଧାମରେ ଗୋଟେ,

ଯା ପାଣି ପବନ ବାଲି ଗୋଡ଼ି ମାଟି

ଇଶ୍ୱର ଙ୍କ ସତ୍ତା ଅଟେ।

ଅଧିବାସୀ ଯାର ଅଳ୍ପ ରେ ସନ୍ତୁଷ୍ଟ

ମନ ଯାର ନିରିମଳ,

ସେଭଳି ଜଗତେ ଖୋଜିଲେ ନ ମିଳେ

ଅଟେ ମର୍ତ୍ତରେ ବିରଳ ।

ଶାନ୍ତିର କପୋତ ଶାନ୍ତି ଏ ଭାରତ

ବିଶ୍ୱେ ଦେଏ ଶାନ୍ତି ବାର୍ତ୍ତା,

ଜଗତକୁ ମଣେ ନିଜ ପରିବାର

ହୋଇ ଶାନ୍ତି ସ୍ଥାପନାର କର୍ତ୍ତା ।

ସୁଖ ଶାନ୍ତି ଯହିଁ ସଦା ବିରାଜିତ

ନିଃଶ୍ବାସ ରେ ମୋ ବିଶ୍ୱାସ,

ମୁକ୍ତ ମୁଁ ଏଠି ବନ ପକ୍ଷୀ ପରି

ମୁକ୍ତ ମୋ ନୀଳାକାଶ।

   ‌

         


Rate this content
Log in