STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଫ୍ରି ଇଣ୍ଡିଆ ଡିଜିଟେଲ ଯୁଗ

ଫ୍ରି ଇଣ୍ଡିଆ ଡିଜିଟେଲ ଯୁଗ

1 min
269


ଅପୂର୍ବ ଗୌରବ ଆଣୁ ଅଛି ଦେଶ

ମାତୃଭୂମି ଆଜି ଧନ୍ୟ,

ଡିଜିଟେଲ ହେଲା ସମ୍ପୂର୍ଣ୍ଣ ଭାରତ

ଭ୍ରଷ୍ଟାଚାର ହେଲା ଶୂନ୍ୟ।୧।


ଜନଜନଙ୍କର ବ୍ୟାଙ୍କ ଖାତା ହେଲା

ଡିଜିଟେଲ ହେଲା ସେହୁ,

ରହିଣ ଘରରେ ଟଙ୍କା ମିଳୁ ଅଛି

ବ୍ୟାଙ୍କ ନ ଯାଆନ୍ତି କେହୁ।୨।


ଗରିବର ପ୍ରାପ୍ତି ନ ଛଡାନ୍ତି କେହୁ

ଟଙ୍କାଟି ଆସେ ଖାତାରେ,

ଡିଜିଟେଲ ଦ୍ୱାରା ଟଙ୍କାକୁ ପାଉଛି 

ମିଳୁଛି ଘର ତୁଠରେ।୩।


ଖର୍ଚ୍ଚ ବି କମିଲା ଭ୍ରଷ୍ଟାଚାର ଗଲା

ଜନତା ଅତି ଖୁସିରେ,

ରାମରାଜ୍ୟ ପରି ଗାନ୍ଧୀଙ୍କ କଳ୍ପନା

ଦିଶୁଛି ଆଜି ଦେଶରେ।୪।


ବିଦ୍ୟୁତର କାର୍ଯ୍ୟ ସମ୍ପୂର୍ଣ୍ଣ ଦେଶରେ

ପରିପୂର୍ଣ୍ଣ ହେଲା ଏବେ,

ଗ୍ରାମେ ଗ୍ରାମେ ହେଲା ବିଦ୍ୟୁତର କାର୍ଯ୍ୟ

ଖୁସିରେ ଗ୍ରାମୀଣ ଏବେ।୫।


ଡିଜିଟେଲ ହେଲା ଦିନଚର୍ଯ୍ୟା ତାଙ୍କ

ଦେବା ନେବା ଡିଜିଟେଲ,

ଖୁସିରେ ଅଛନ୍ତି ଗ୍ରାମୀଣ ଜନତା

ପଢାପଢି ଡିଜିଟେଲ।୬।


ଆଦର କରନ୍ତି ଛାତ୍ରଛାତ୍ରୀ ମାନେ

ମନ୍ତ୍ର ହେଲା ଡିଜିଟେଲ,

ଅତ୍ୟାଧୁନିକ ହିଁ ଭାରତ ସାଜିଛି

ସବୁ କ୍ଷେତ୍ର ଡିଜିଟେଲ।୭।


ସୌର ଶକ୍ତି ଆଜି ଦେଶର ନିର୍ମାଣ

ଆତ୍ମନିର୍ଭରଟି ଦେଶ,

ସବୁ ବୈଭବରେ ପରିପୂର୍ଣ୍ଣ ଏବେ

ଆତ୍ମବିଶ୍ୱାସର ଦେଶ।୮।


ଜ୍ଞାନର ଭଣ୍ଡାର ମିଳୁ ଅଛି ଜନେ

ଡିଜିଟେଲ ଦିଏ ଜ୍ଞାନ,

ଦେଶ ଗତିବିଧି ନେତା ରୀତିନୀତି

ଜନତା ପାଉଛି ଜ୍ଞାନ।୯।


ଭୋଟ ଦେବାଟି ଡିଜିଟେଲ ହେଲା

ବୁଥ୍ କ୍ୟାପଚରିଂ ନାହିଁ,

ବୁଝନ୍ତି ଜନତା ଡିଜିଟେଲ ଦ୍ୱାରା

ନେତା ଚୟନଟି ତହିଁ।१०।


ଅଧ୍ୟକ୍ଷତା କରିବେ ଦେଶ ପ୍ରଧାନ

ଜାତିସଂଘ ପରିଷଦେ,

ବିଶ୍ୱ ମଞ୍ଚଟି ସୁରକ୍ଷା ପରିଷଦ

ସଭାପତି ଆଜି ପଦେ।୧୧।


ଗୌରବାନିତ୍ୱଟି କୁରୁଛି ଦେଶକୁ

ବିଶ୍ୱ ଗୁରୁ ପରି ଲାଗେ,

ରାମରାଜ୍ୟ ପରି ଶାସନ ଚାଲୁଛି

ସବୁ ଏବେ ଭଲ ଲାଗେ।୧୨।


ଅପୂର୍ବ ଗୌରବ ଆଣୁ ଅଛି ଦେଶ

ମାତୃଭୂମି ଆଜି ଧନ୍ୟ,

ଡିଜିଟେଲ ହେଲା ସମ୍ପୂର୍ଣ୍ଣ ଭାରତ

ଭ୍ରଷ୍ଟାଚାର ହେଲା ଶୂନ୍ୟ।୧୩।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍