ଫର୍ଦ୍ଦେ କାଗଜ
ଫର୍ଦ୍ଦେ କାଗଜ


ହରିଗଲି ଜୀବନରେ ଘାରି ହେଉଥିଲି
ପଛକୁ ଚାହିଁ ମୁଁ ପାଦ ଚିହ୍ନ ଦେଖୁଥିଲି । ୧
ଧରା ବକ୍ଷେ କେତେ ସୁବର୍ଣ୍ଣର ପାଦ ଚିହ୍ନ
ପଡ଼ିଥିଲା କେତେ ସବୁ ସେମାନେ ଅମ୍ଳାନ । ୨
ଗାନ୍ଧୀ ଠାରୁ ଗୋପବନ୍ଧୁ ନ ହାରିଚି କିଏ
ଇନ୍ଦିରା ଠୁ ଝାଂସୀ ରାଣୀ ନ ଯୁଝିଚି କିଏ । ୩
ପାଇଗଲି ଉତ୍ତର ମୁଁ ଖୁସି ହୋଇଗଲି
ମୋ ପ୍ରଶ୍ନ ର ଉତ୍ତର ଫର୍ଦ୍ଦଟି ପାଇଗଲି । ୪
ସେ ଫର୍ଦ୍ଦରେ ଲେଖା ଥିଲା ଜୀବନର ଅର୍ଥ
ହାରିବା ଜିତିବା ମିଶି ପୁରିଥିଲା ଫର୍ଦ୍ଦ । ୫
ନ ହାରିଲେ ଜିତିବାର ମଜା ଆସେ ନାହିଁ
ଜିତିବାରେ ହାରିବାକୁ ଖୋଜି ହୁଏ ନାହିଁ । ୬
ସୁଖ ଦୁଃଖ ନ ମିଶିଲେ ଫର୍ଦ୍ଦ ପୁରେ ନାହିଁ
ନିବିଡ଼ ଫାସରେ ଦୁହେଁ ବନ୍ଧା ହୋଇ ଥାଇ । ୭
ହାରିବାରେ ଲେଖାଅଛି ଜିତିବାର ଅର୍ଥ
ହାରି ହାରି ଜିତିବା ହିଁ ଜୀବନର ଅର୍ଥ । ୮