Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Others

3  

Shanti Mishra

Others

ଫର ଫର କାହିଁ ଉଡେ ବାନା ତୁମର

ଫର ଫର କାହିଁ ଉଡେ ବାନା ତୁମର

1 min
117



ଯଶୋଦା ମା’ର ଗାଳି, ତା ଭାବ ଭକ୍ତିରେ ଭଳି

ଶୁଣିନକି, ହେ ପ୍ରଭୁ ଶୁଣିନାକି !

ଦ୍ରପୌଦୀ ଡାକିଲା ବେଳେ, ଡାକ ତାର ଶୁଣି ହେଳେ

ଆସିନକି, ହେ ପ୍ରଭୁ ଆସିନକି !


ଜଣକୁ ଦେଇ ପୁଣି, ଜଣକୁ ଦିଅ ନାହିଁ

ଏ ପାତର ଅନ୍ତର, ଶୋଭା ତ ପାଉ ନାହିଁ l

ଅହଲ୍ୟାକୁ ପାଦ ଧୂଳି ଦେଇ, ତାକୁ ଶାପୁ ମୁକ୍ତି

କରିନକି, ହେ ପ୍ରଭୁ କରିନକି !


ସବୁରି ସାଥୀ ବୋଲି, ଜଗତେ ଚର୍ଚ୍ଚା ନିତି

ବନ୍ଧୁ ବେଭାର କଣ, ଗଲଣି ପ୍ରଭୁ ଭୁଲି

ବନ୍ଧୁ ରଖିବାକୁ ଯାଇ, ରଥେ କାର ସାରଥୀ ତ

ହୋଇନକି, ହେ ପ୍ରଭୁ ହୋଇନକି !


କରୁଣା ସାଗର ଥାଇ, କରୁଣାରେ ଊଣା କାହିଁ

କୃପାଳୁ ନାମକୁ ତୁମ, ଅସାର୍ଥକ କର କାହିଁ

ବଡ ପଣ ପାଇଁ ତୁମ, ପତିତପାବନ ବାନା ଫର ଫର

ଉଡିନିକି, ହେ ପ୍ରଭୁ ଉଡିନିକି !


ବିଶ୍ଵାସ ଆଉ ଆସ୍ଥାର, ଶେଷ ଆଶ୍ରୟ ତୁମେ ଭବେ

ଯେ ଡାକିଛି ଆତୁରେ, ନିରାଶ କରିନ କେବେ

ତୁମେ ସେଇ ପ୍ରଭୁ ପରା, ଦିଅ ଆଜି ଆଖି ଚୋରା

ମୋ ପାଇଁକି, ହେ ପ୍ରଭୁ ମୋ ପାଇଁକି l




Rate this content
Log in