STORYMIRROR

Prasant Kumar Nath

Others

3  

Prasant Kumar Nath

Others

ଫୋନି ଆସିଥିଲା

ଫୋନି ଆସିଥିଲା

1 min
153


ଫୋନି ଆସିଥିଲା କିଛି କ୍ଷଣ ପାଇଁ

ଅଭୁଲା ସ୍ମୃତିଟେ ହୋଇ

ଯାହା ଘଟାଇଲା ଓଡିଶା ମାଟିରେ

ଭୁଲି ପାରିବେନି କେହି ।

ଭାଙ୍ଗିରୁଜି ସବୁ ଛାରଖାର କଲା

ଗଛ ବୃକ୍ଷ ଘର ଦ୍ୱାର

ଗଲା ପରେ ଆଜି ସାରା ରାଇଜଟା

କରେ ଆଜି ହାହାକାର ।

ହଷ୍ଟେଲ ଇସ୍କୁଲ ହସ୍ପିଟାଲେ ପଶି

କରିଦେଲା ସବୁ ନଷ୍ଟ

ସେ ଏକା ଜାଣିଛି ଯିଏସେ ଭୋଗିଛି

ଏମିତି ଦାରୁଣ କଷ୍ଟ ।

ନଷ୍ଟ କରିଦେଲା ଖାତା ଖତିଆନ

ବର୍ଷାରେ ଭିଜେଇ ଦେଲା

ପବନେ ଉଡେଇ ସବୁକିଛି ସିଏ

ଏଠି ସେଠି ଫିଙ୍ଗିଦେଲା ।

ସଭିଙ୍କ ମୁହଁରେ ଗୋଟେ କଥା ଏବେ

ପାପ ଭାର ବଢିଗଲା

ସେହି କଥା ଥରେ ଚେତେଇ ଦେବାକୁ

ଫୋନି ରୂପେ ଆସିଥିଲା ।


Rate this content
Log in