STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଫନି ଭାରି ଫନ୍ନି

ଫନି ଭାରି ଫନ୍ନି

1 min
410

ଉନେଇଶ ସାଲ ଛବିଶ ଅପ୍ରେଲ ଭାରତ ମହାସାଗରେ

ହରିକେନ ଟିଏ ଦାନା ବାନ୍ଧୁଥିଲା ତାମିଲନାଡୁ ଦିଗରେ ।


ତିରିଶ ବେଳକୁ ଦିଗ ବଦଳିଲା ଓଡିଶା ହୋଇଲା ଲକ୍ଷ

ଜଗତର ନାଥ ଡାକିଲେ ତାହାକୁ ଦେଖାଇଲେ ନିଜ ବକ୍ଷ ।


ଦୁତୀୟ ମେ'ରୁ ଭୟାନକ ହେଲା ଆତଙ୍କ ଚଉଦିଗରେ

ଚଉଦଟି ଜିଲ୍ଲା ପ୍ରଭାବିତ ହେବ ତିନି ତାରିଖ ପ୍ରାତରେ ।


ଏଗାର ଲକ୍ଷଙ୍କୁ ସ୍ଥାନାନ୍ତର କରି ସର୍କାର ରେକର୍ଡ କଲେ

ଲ୍ୟାଣ୍ଡଫଲ୍ ହେବ ଫନି ପୁରୀ ଠାରେ ସଭିଏଁ ଜଗି ବସିଲେ ।


ଅନେଶୋତ ମହାବାତ୍ୟା ଦେଖି ଲୋକେ ଫାଇଲିନ ହୁଡହୁଡ ତିତ୍ଲି

ଡର ଭାଂଗିଥିଲା ପ୍ରକୃତିକୁ ଜାଣି ଓଡିଶା ଚୀର ଭଗାରୀ ।


ଦୁଇଶହ କିମି ବେଗରେ ପବନ ପୁରୀ ଚନ୍ଦ୍ରଭାଗା ଠାରେ

କୁଳ ଛୁଇଁବାରୁ ଏଗାରଟା ବେଳେ ପହଂଚେ ରାଜଧାନୀରେ ।


କିଳିକିଳା ରଡି ଛାଡି ଧରି ବାଡି ମାଡିବାକୁ ଫନି ହୁତା

ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକକୁ କାହିଁକି ଅବା ଛାଡନ୍ତା !!


ଦେଢ ଘଣ୍ଟା ବିଭୀଷିକା ରଚି ସାରି ମନ ତା'ର ଶାନ୍ତ ହେଲା

ସାଗରରୁ ଜନ୍ମ ସାଗର ଆଡକୁ ଫନି ପୁଣି ମୁହାଁଇଲା ।


କଳ୍ପ ପ୍ରଳୟରେ ନାଶ ନହୁଏ ସେ କଳ୍ପବଟ ନାମ ତା'ର

ଶାଖା ମାନ ତା'ର ଛିନ୍ନଭିନ୍ନ ହେଲା ପ୍ରଳୟର ଅଭିସାର ।


ପଂଚୁକ୍ରୋଶୀ କ୍ଷେତ୍ର ପୁରୁଷୋତ୍ତମ ଯା ନାମ ମର୍ତ୍ୟ ବଇକୁଣ୍ଠ

ଛାରଖାର ଆଜି ଚେତାବନୀ ଦିଏ ପାପ ହେଲାଣି ଆକଣ୍ଠ ।


ସବୁଜ ବଳୟ ରାଜଧାନୀ ହେଲା ଶିରୀହୀନ ଜନପଦ

କଟକ କାନ୍ଦୁଛି ବିକଳେ ଗାଆଁର କି କହିବା ଭେଦାଭେଦ !


ସରକାରୀ କଳ ନୟାନ୍ତ ହେଲାଣି ମୃତ୍ୟୁ ସଂଖ୍ୟା ସିନା କାବୁ

ଗଛବୃକ୍ଷ ଶବ ବହିବାକୁ କେହି କାନ୍ଧ ଦିଏ ନାହିଁ ବାବୁ ।


ଘରଆଗେ ଜମା ଡାଳ ପତ୍ର କୁଢ ହାତ ନ ଲଗାନ୍ତି ଜଣେ

ଓଲଟି ଦିଅନ୍ତି ଗାଳି ସର୍କାରଙ୍କୁ ବିଜୁଳି କାହିଁ ନଜଳେ !


ପରସ୍ପର ସହଯୋଗ ଯହିଁ ନାହିଁ କର୍ମକୁଣ୍ଠ ନାଗରିକ

ବିପତ୍ତି ତହିଁରେ ବାରମ୍ବାର ହେବ ବିଭୁ ପାଲଟିବେ ମୂକ ।


ପଂଜିକା କହୁଛି ଜୁନ ମାସରେ ଆସିବ ଆହୁରି ବାତ୍ଯା

ବେଳ ଥାଉଁ ଆମେ ସଜବାଜ ହେବା କହିବା ନାହିଁ ଅଗତ୍ୟା ।



Rate this content
Log in