Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Others

3  

Pranati Panda

Others

ପହିଲି ବରଷା

ପହିଲି ବରଷା

1 min
213



ପହିଲି ବରଷା ପ୍ରୀତିର ପରଷା

ଶିହରାଇ ତନୁ ମନ,

ଆଷାଢ଼କୁ କରି ଶତ ଆଲିଙ୍ଗନ

ଆନନ୍ଦେ ସର୍ବେ ମଗନ ।୧।


ଆ'ଗୋ ବର୍ଷାରାଣୀ ନବ ପଲ୍ଲବିନୀ

ଆସ ଗୋ' ଓହ୍ଲାଇ ଧୀରେ,

ତୁମ ବିନା ଲାଗେ ଶୁଷ୍କ ଏ ' ଧରଣୀ

ସନ୍ତାପିତ ହୃଦୟରେ ।


ଘଡ଼ଘଡ଼ି ଶଦ୍ଦେ ବିଜୁଳି ଚମକେ 

ଝମାଝମ୍ ବାରିଧୀରେ ,

ଆଷାଢୀ ମେଘର ଶୀତଳ ପରଶେ

ପ୍ରେମ ସୁଧାରସ ଝରେ ।


ପ୍ରୀତି ପରଶରେ ଝରେ ମାଦକତା

କୁଆଁରୀ କୁମୁଦ ମେଳେ ,

ବୃକ୍ଷ ଆଢୁଆଳେ ଶୀତଳ ସମୀରେ 

ଝୁଲି ଝୁଲି ଦୋଳି ଖେଳେ ।


ଆ'ଗୋ ମଉସୁମୀ କି' ଉପମା ଦେବି

ଭାଷା ପାଉନାହିଁ ମୁହିଁ ,

ନିଃଶବ୍ଦ ରାତ୍ରୀରେ ଭାଙ୍ଗେ ନିରବତା

ଜହ୍ନ ବାଦଲକୁ ଚାହିଁ ।


ପ୍ରକୃତିର ଏହି ସୁରମ୍ୟ ସୁଷମା

ବିହି ରଚିଥିଲା ବସି ,

ଧରା ଠାରୁ ନେଇ ଦିଗ୍ ବଳୟ ଯାଏଁ

ସଭିଏଁ ହୁଅନ୍ତି ଖୁସି ।


 


Rate this content
Log in