STORYMIRROR

Pranati prabha Rout

Others

3  

Pranati prabha Rout

Others

ଫିକା ସମ୍ପର୍କର ଅନ୍ତଃସ୍ୱର

ଫିକା ସମ୍ପର୍କର ଅନ୍ତଃସ୍ୱର

1 min
215


ଅଟକାଅନି ସେ ଲୁହ ଝରିବାକୁ ଦିଅ

ନିଗିଡିଗଲେ ହାଲୁକା ହେବ ସେ ହୃଦୟ

କାହିଁକି ବା ସେ ସମ୍ବନ୍ଧ??

ଯେଉଁ ସମ୍ବନ୍ଧ ପ୍ରଚଳିତ ପାରିବାରିକ

ସମ୍ବନ୍ଧଠାରୁ ମହନୀୟ ହେବା??

କଣ ବା ସେ ସମ୍ପର୍କର ମୂଲ୍ୟ??

ଯେଉଁ ସମ୍ପର୍କରେ ଥିବା ଆସ୍ଥା ଓ ବିଶ୍ୱାସର

ଶକ୍ତ ପାଟଡୋରୀଟିକୁ

ଆତ୍ମ ଅଭିମାନର ଅହମିକା ଅସ୍ତ୍ର

ନିମିଷକେ ଛିଣ୍ଡାଇ ଦିଏ

ନଥାଏ ତ କେବେ ସେ ସମ୍ପର୍କରେ

ଆବିଳତାର ଇସ୍ତାହାର,

ରହିଥାଏ ତ କେବଳ

ନିରୁତା ଅନାବିଳ ମମତାର ଡୋର

ତଥାପି ସମୟର ଅଦୃଶ୍ୟ ଇସାରାରେ

ଅସମୟରେ ଉଲକାପାତ ହୁଏ

ମମତାର ଆକାଶରେ.....

ନିରବୀଯାଏ ସମ୍ପର୍କ ଇଚ୍ଛା ବିରୁଦ୍ଧରେ !!!

ପାଣିଫୋଟକାଠାରୁ ସିନା ସାନ ଏହି ଆୟୁଷ

କିଏ ଜାଣେ କେଉଁ ଶ୍ୱାସ ହେବ ଶେଷନିଃଶ୍ୱାସ

ତଥାପି ଏତିକି ଏହି ଫଟାପଣତ କାନିରେ

ଅନ୍ତତଃ ପାଞ୍ଚଆଙ୍ଗୁଳି ପରିମିତ ସ୍ଥାନ

ଆପଣା ଛାଏଁ ସରଂକ୍ଷିତ ଅଛି ସତେଜ ଅଛି

ଆଉ ରହିଥିବ ବି ସବୁଦିନ!!!

ପ୍ରାର୍ଥନା ପୂଜା କରିସାରି ପ୍ରଭୁଙ୍କୁ 

ପ୍ରଣାମ କଲାବେଳେ ପ୍ରତିଦିନ

ସବୁ ମାଗୁଣି ଭିତରେ ଏତିକି ବି ମାଗେ ମନ

ଅଦିନ ଝଡ଼ ଆଘାତିଆ ବାଇ ଚଢେଇଟିକୁ ତୁମ

ଆଶିଷ ଘଣ୍ଟରେ ଘୋଡେଇ ରଖିଥାଅ ପ୍ରଭୁ

ସବୁ ରାତି ସବୁ ଦିନ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍