STORYMIRROR

Rama chandra Pradhan

Others

3  

Rama chandra Pradhan

Others

ଫିକା ପଡ଼ିଲାଣି ରଜ ମଉଜ

ଫିକା ପଡ଼ିଲାଣି ରଜ ମଉଜ

1 min
11.8K


ଫିକା ପଡ଼ିଲାଣି ଏ ରଜ ମଉଜ 

  ନାହିଁ ଆଉ ଆଗ ଭଳି 

ଗାଆଁ ଝିଅମାନେ ଖିଲି ପାନ ଖାଇ 

  କରନ୍ତିନି ଖେଳାଖେଳି ... 

ତୋଟାମାଳେ ଆଉ ବନ୍ଧା ହେଉ ନାହିଁ 

  ସ୍ମୃତିର ସେ ରଜ ଦୋଳି 

ଏ ଯାନ୍ତ୍ରିକ ଯୁଗେ ଦିଶୁ ନାହିଁ ଆଉ 

   ରସିକ ପିଲାଙ୍କ ମେଳି... 

ରଜ ଦୋଳି ଗୀତେ ଶ୍ରଦ୍ଧା ଆଉ ନାହିଁ 

   ଅପ ସଂସ୍କୃତିରେ ମଜି 

ପାଶ୍ଚାତ୍ୟ ଗନ୍ଧରେ ଆମେ ବାଟବଣା 

   ଅବକ୍ଷୟ କୀର୍ତ୍ତିରାଜି 

ରଜ ପୋଡ଼ ପିଠା ପାଟିକୁ ରୁଚୁନି 

  ଏବେକାର ପିଲାମେଳେ 

ଖାଦ୍ୟର ରୁଚି ବି ବଦଳି ଯାଇଛି 

   ଆଧୁନିକତାର ତାଳେ... 

 ଉତ୍କଳଟା ଦିନେ ଗର୍ବ କରୁଥିଲା 

    ରଜ ପରବକୁ ନେଇ 

ଆଜି ସେ ଏହାକୁ  ଉପହାସ କରେ 

    ବିକାଶର ଦ୍ୱାହି ଦେଇ... 

ଓଡ଼ିଆ ଭୁଲୁଛି ପରମ୍ପରା ତା'ର 

  ଅତୀତ ଯାଉଛି ହଜି 

ତଥାପି ରଜଟା ମନେ ପଡିଗଲେ 

  ଆଖି ପତା ଯାଏ ଭିଜି... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍