ଫିକା ଲାଗେ ପର୍ବ ପର୍ବାଣୀ
ଫିକା ଲାଗେ ପର୍ବ ପର୍ବାଣୀ
1 min
140
କରୋନା ଗ୍ରାସିଛି ବିଶ୍ବକୁ ଆମରି
ସଙ୍କଟ ପୂର୍ଣ୍ଣ ଏ ସ୍ଥିତି
ଫିକା ଫିକା ଲାଗେ ପରବ ପର୍ବାଣି
ଆଜି ହେଲ ସବୁ ସ୍ମୃତି
ପଣା ସଙ୍କରାନ୍ତି ହନୁମାନ ଜୟନ୍ତି
ଓଡିଆ ନୂଆଁ ବରଷ
ମାଆଙ୍କର ଆଜି ଦର୍ଶନ ବିନା ଯେ
ମୁଖେ ନାହିଁ କା ହରସ
ସେଇ ମାଆଙ୍କର ଚରଣରେ ଅଳି
ଆଜି ଏ ନୂଆଁ ବରଷେ
ସବୁରୀ ଦୁଃଖକୁ ହରି ନିଅ ମାଗୋ
ତୁମରି ଶୁଭ ଆଶିଷେ
