STORYMIRROR

Bunee Tripathy

Others

3  

Bunee Tripathy

Others

ଫଗୁଣର ରଙ୍ଗ

ଫଗୁଣର ରଙ୍ଗ

1 min
224

ଫଗୁଣ ଆସିଲା ରଙ୍ଗ ବରଷିଲା

   ହସି ଉଠିଲାତ ମହୀ

ମଳୟ ସମୀରେ ଗୁଞ୍ଜରି ଉଠିଲା

   ଚତୁର୍ଦିଗ ହେଲା ଛାଇ।


ସହକାର ବୃକ୍ଷେ ବଉଳ ଭରିଲା

  ମହକି ଉଠିଲା ଧରା

ପିକ କୁହୁତାନ ସଙ୍ଗୀତ ଲହରୀ

  କର୍ଣ୍ଣେ ଅମୃତ ଢାଳିଲା।


ପଳାସର ବୃକ୍ଷେ ରଙ୍ଗର ପସରା

  ଢାଳିଛି ପ୍ରକୃତି ରାଣୀ

ନିଦାଘର ତଳେ ସୌନ୍ଦର୍ଯ୍ୟ ସାଇତି

ନିଏ ପରା ମନ କିଣି


ଜାଗର ପଡଇ ପଳାସ ହସଇ

  ଧନ୍ୟ ସିଏ ଏହି ଦିନ

ବାସହୀନ ବୋଲି ନଆସେ ଭ୍ରମର

   ସନ୍ତାପିତ ତାର ମନ।


ରଙ୍ଗ ଏଠି ପରା ପାଉଥାଏ ପୂଜା

 ବାସନା ଯାହାର ଥାଏ

କୃଷ୍ଣଚୂଡା ହସେ ଗ୍ରୀଷମ ତାତିରେ

  ଉପହାସ କରୁ ଥାଏ।


ରଙ୍ଗକୁ ନେଇତ ରୂପର ଚରଚା

  ହୋଇଥାଏ ପରା ସହି

ରଙ୍ଗର ପରବ ରଙ୍ଗି ଯିବ ମହୀ

  ସଭିଙ୍କୁ ସାଥିରେ ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍