STORYMIRROR

Maitreyee Kamila

Others

3  

Maitreyee Kamila

Others

ଫଗୁଣ ର ରଙ୍ଗ

ଫଗୁଣ ର ରଙ୍ଗ

1 min
199


 ମୋ ହାତରେ ରଙ୍ଗ ମୁଠେ ଦେଇଯା

ମାଖିବି ଆକାଶକୁ

କେବେଠୁ ପୃଥିବୀଟା 

ଧୂସର ହେଲାଣି

ଋତୁ ସବୁ ବାଟ ଭାଙ୍ଗି ଚାଲିଛନ୍ତି

କେଜାଣି ମୁହୂର୍ତ୍ତଟି କେବେ ପାଖକୁ ଆସିଯିବ

ଜହ୍ନଟା ଖୋଜିବାରେ ବ୍ୟସ୍ତ ଥିବ ନଡ଼ିଆ ଗଛ ଫାଙ୍କ,

ଗାଁ ବିଲ,

ଉଞ୍ଚା ମାଟି ପିଣ୍ଡାର ଚାଳ ,

ପାହାନ୍ତିଆ ତାରାର ଛବିରେ

ବଉଳ ହେନାର ବାସ୍ନା ଛୁଟିବା ଆଗରୁ 

ପୁଣି ଥରେ ଗାଆଁର ମୋଡ଼ ଦିଶିବ

ଭଙ୍ଗା ଖପରା ଖେଳରେ 

ମିଶୁଥିବ ହୋଲିର ରଙ୍ଗ

କେବେ ସବୁଜ କେବେ ଗୋଲାପୀ

ଆମେ କିନ୍ତୁ ସାଉଁଟିବାରେ ବ୍ୟସ୍ତ ଥିବା କିଛି ନାଲି କୃଷ୍ଣଚୁଡା ଭିତରେ ଫଗୁଣର ରଙ୍ଗକୁ

ଅନ୍ଧାର ଆସିବା ପୂର୍ବରୁ




Rate this content
Log in