STORYMIRROR

Prashanta Padhan

Others

2  

Prashanta Padhan

Others

ଫଗୁଣ ଗୋ ତୁମେ

ଫଗୁଣ ଗୋ ତୁମେ

1 min
456


ଫଗୁଣ ଗୋ ତୁମେ ଗୋଧୂଳି ଲଗ୍ନରେ

ଋତୁ ପାଣିଗ୍ରହଣର

ନବବଧୂ ପାଇଁ ସିନ୍ଥିରେ ସାଇତା

ସ୍ବର୍ଗୀୟ ସିନ୍ଦୂର ଗାର ।।

ଫଗୁଣ ଗୋ ତୁମେ ନିଃସଙ୍ଗ ରାତ୍ରିରେ

ସ୍ମୃତି ତାଜମହଲର

ପ୍ରେମିକାଟେ ପାଇଁ ଅଧରରେ ଅଙ୍କା

ଦାଗ ମିଠା ଚୁମ୍ବନର ।।

ଫଗୁଣ ଗୋ ତୁମେ ପାହାନ୍ତି ପ୍ରହରେ

ଶିଖା ମହମବତୀର

କୁଆଁରୀର ପାଇଁ ନିରୀହ ଆଖିରେ

ସ୍ୱପ୍ନ ଶଙ୍ଖା ସିନ୍ଦୂରର ।।

ଫଗୁଣ ଗୋ ତୁମେ ଅଳସି ସଞ୍ଜରେ

ଦୀପ ଏକ ଚଉରାର

ସଧବାଟେ ପାଇଁ ମମତାରେ ଭରା

ସ୍ରୋତ ଶାଶ୍ୱତ ପ୍ରେମର ।।

ଫଗୁଣ ଗୋ ତୁମେ ନିଶାର୍ଦ୍ଧ ବେଳାରେ

ଅନଳ ଯେ କାମନାର

ଦେହଜୀବୀ ପାଇଁ ତୃଷ୍ଣା ମେଣ୍ଟୁଥିବା

ବାରିଧାର ମୌସୁମୀର ।।


ନାମ-ପ୍ରଶାନ୍ତ କୁମାର ପଧାନ

ଗ୍ରାମ-ବୁରୋମୁଣ୍ଡା

ଜିଲ୍ଲା-ବରଗଡ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍