STORYMIRROR

Abhakanta None

Others

2  

Abhakanta None

Others

ଫଗୁଣ ଆଉଛି

ଫଗୁଣ ଆଉଛି

1 min
2.6K


ହେଇ ଆଜିକାଲି ଆମ ଗାଁଆ ପଟେ

ସତରେ ଫଗୁଣ ଆଉଚି

ଧେତ୍ ଆଜିଯାଏ ଗୁଣ ଛାଡିନାହଁ ?

ସତ ମାନ, ଆଖି ଛୁଁଉଛି ।୦।

କାଳେ ମାନିବନି ସେଇଥି ପାଇଁ କି ଦେଖ ପଠେଇଛି ଫଟୋ

ଅଧିକ ଛୋପରା ନ ହୋଇ ଦେଖିବ ଆଖି ଖୋଲି କଟମଟ

ହେଲେ ସତରେ ହୋ ଖୁସି ଲାଗୁନାହିଁ

ମନ ଛଟପଟ ହଉଛି ।୧।

ଯେଣୁ ଆଗ ପରି କାନେ ପଡୁନାହିଁ କିଚିରିମିଚିରି ଗୀତ

ତୋଟା ମାଳ ନାହିଁ କୋଇଲିର କୁହୁ ହେଉଛି ଅପରାପତ

ଛଟକୀ ହଳଦୀବସନ୍ତ ଦେଖିବା

ସପନ ପରାୟେ ହେଉଛି ।୨।

ଫଗୁଣ ଫଗୁଣ ମହକେ ପବନ ଦିଗୁଣ ହେଉନି ଖୁସି

କା'ର ନିଆଁଲଗା ବିଚାରେ ଖୁସିଟା ଅବଶୋଷେ ରହେ ଧସି

ଆଉ ଫେରିବନି ପୁରୁଣା ଫଗୁଣ

ଅତୀତକୁ ଝୁରି ହେଉଛି ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍