STORYMIRROR

Niranjan Sahu

Others

3  

Niranjan Sahu

Others

ଫେସବୁକ ବନ୍ଧୁ

ଫେସବୁକ ବନ୍ଧୁ

1 min
244

ଫେସବୁକ ରେ ମୋ ସହ ସହ ବନ୍ଧୁ

କାହାକୁ ମୁଁ ଦେଖିନାହିଁ

କାହିଁକି କେଜାଣି ନିଜର ଲାଗେ

ସେ କଥା ବି ଜାଣି ନାହିଁ,


ଏକାନ୍ତ ଲାଗେନି ହାତରେ ମୋହର

ଯେବେ ମୋବାଇଲଟା ଥାଏ

ସହ ସହ ବନ୍ଧୁ ମୋ ଚତୁର୍ଭାଗେ ମୋର

ଥିଲା ପରି ଲାଗୁଥାଏ,


ଚାଟିଙ୍ଗ କରେ ଦୁଃଖ ସୁଖ ହୁଏ

ଯିଏ ଯେଉଁଠାରେ ଥାଉ

କାହାକୁ ସିନା କେବେ ଦେଖିନାହିଁ

ଫୋଟରେ ଫୋଟରେ ରହୁ,


ଭିଡିଓ କଲ ବେଳେ ବେଳେ କରେ

କିଛି ବନ୍ଧୁଙ୍କ ସାଥିରେ

ଦୁଇବନ୍ଧୁ ଆମେ ଦେଖାଦଖି ହେଉ

କଥାବାର୍ତ୍ତା ହେଉ ଖୁସିରେ,


କେବେ ଯଦି ଫେସବୁକ ବନ୍ଧୁ ମିଳିଗଲେ

କେଉଁଠି ବାଟରେ ଘାଟରେ

ହାତକୁ ମିଶେଇ କୋଳାଗ୍ରତ ହୋଇ

ସମୟ କାଟୁଛୁ ଖୁସିରେ,


ମଣିଷ ଜୀବନ ଅଢେ଼ଇ ଦିନର

ଆଜି ଅଛି କାଲି ନାହିଁ

ଦୁନିଆଁରେ ଅଛି ଯେତେ ଯେତେ ଧନ

ବନ୍ଧୁ ପରି କିଛି ନାହିଁ,


ମୋର ଫେସବୁକ ବନ୍ଧୁଙ୍କ ସହ ସାକ୍ଷାତରେ କିଛି ମୁହୂର୍ତ୍ତରେ


Rate this content
Log in