STORYMIRROR

Niranjan Sahu

Others

2  

Niranjan Sahu

Others

ଫେସବୁକ ବିବାହ

ଫେସବୁକ ବିବାହ

1 min
13.7K


ଫେସବୁକ ବିବାହ....(ଝିଅ ମାନେ ନିବୃତ ରୁହନ୍ତୁ)

ଭଲ ପାଇ ମୁହିଁ ବାହା ହେଇଗଲି

ସଭିଙ୍କୁ ଅମାନ୍ୟ କରି

ଭାବିଥିଲି ମୁହିଁ ଖୁସିରେ ରହିବି

ସୁଖର ସଂସାର କରି....

ରୂପ ଦେଖି ମୁହିଁ ବହା ହୋଇଗଲି

ଶୁଣିଲିନି କାହା କଥା

ବାହାହେଲା ପରେ ସଂସାରକୁ ଦେଖି

ହୋଇଲାଣି ମୁଣ୍ଡବ୍ୟଥା....

ଫେସବୁକରେ ସମ୍ପର୍କ କରିଲି

ଚିକଣିଆ ଲୋକ ଦେଖି

ମେସେଞ୍ଜରରେ ଚାଟ କରିଲି

ମନ ରହିଗଲା ଲାଖି...

ବହୁ ଚିକଣିଆ ବଡ଼ ବଡ଼କଥା

କେତେ ଯେ ସେ କହୁଥିଲା

ଭାବିଥିଲି ମୁଁହିଁ ପିଲାଟା ନିଶ୍ଚିତ

ବୋଧେ ବଡ଼ଘର ବାଲା....

କାହାକୁ ନକହି ମନ୍ଦିର ଯାଇ

ବାହା ହୋଇ ମୁଁ ପଡିଲି

ବାପା ମାଆଙ୍କୁ ଅଣଦେଖା କରି

କେଡେ ବଡ଼ ଭୁଲ କଲି....

ଆସି ମୁଁ ଦେଖିଲି ମୋ ସଂସାରଟା

ନଡା ଛପରର ଘର

ଘର ଚାରିପଟେ କାଦୁଅ ମାଦୁଅ

ଗାଈ ଗୁହାଳ ଗୋବର.....

ସମସ୍ତେ ମୋ ଠାରୁ ଦୂରେଇ ଗଲେଣି

ବାପା ଭାଇ ସହୋଦର

ନିଜର ଗୋଡ଼ରେ କୁରାଢି ମାରି

ହୋଇଗଲି ନାରଖାର....

ମୋ ଭଉଣୀ ମାନଙ୍କୁ କରୁଅଛି ଅଳି

ମୋ ପରି ଭୁଲ କରନି

ମୋର କଥାକୁ ଅଣ ଦେଖା କରି

ବିପଦକୁ ଜମା ଡାକନି...


Rate this content
Log in