STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଫେରିଯାରେ ପିଶାଚ

ଫେରିଯାରେ ପିଶାଚ

1 min
266


ସୃଷ୍ଟିର ଶ୍ରେଷ୍ଠ ସୃଷ୍ଟି ଏ ମାନବ

ଯନ୍ତ୍ରମାନବର ନିଶାରେ ସାଜିଛି

ନନ୍ଦନକାନନର ହନୁ ମାଙ୍କଡ଼,

କେବେ ଖେଳୁଛି ତ କେବେ ଖେଳାଉଛି

ଉଚ୍ଚ ଧୀଶକ୍ତି ସମ୍ପନ୍ନ ଭାବି

ସ୍ୱାର୍ଥପାଇଁ କାଟୁଛି ଗଛ ମାରୁଛି ଜଙ୍ଗଲ

ସ୍ୱାଗତ କରୁଛି ବିପର୍ଯ୍ୟୟକୁ 

ସଜାଇ ପ୍ରକୃତିକୁ ନଣ୍ଡା ପାହାଡ଼।


ଥୁଣ୍ଟା ବୃକ୍ଷ ତଳେ କ୍ଳାନ୍ତ ମେଣ୍ଟାଉଛି ବିଚରା ମଣିଷ

ଆଖିରୁ ଝରାଇ ରୁଧିରର ଅଶ୍ରୁଧାର

ନିଷ୍ଠୁର ଅଂଶୁଘାତକୁ ଦେଖି କରୁଛି ଚିତ୍କାର

କାନ୍ଦି କାନ୍ଦି କହୁଛି

ଫେରିଯାରେ ପିଶାଚ

ଛାଡିଯା ମୋ ସାଥୀଙ୍କର ପ୍ରାଣ

ହେଲେ ପାରୁନି ବଞ୍ଚାଇ ଜୀବନ

କରୁଛି ଧିକ୍କାର ନିଜକୁ

କହି କହି

ଏ ତ ମୋ କୃତକର୍ମର ପ୍ରତିଦାନ।


ଆଜି ଛଣ ଛପର ଆସ୍ଥାନଟା ବାହୁନି କାନ୍ଦୁଛି

ଦେଖି ଇଟା,ସିମେଣ୍ଟ, କଂକ୍ରିଟର ଘର

ଉତ୍ତପ୍ତ ନିଆଁରେ ଜଳୁଥିବା ଉନ୍ମତ୍ତ ବାନର

କଳକାରଖାନାର ବିଷାକ୍ତ ଧୂଆଁ ମିଳାଉଛି ହାତ

ମୋଟର,ପ୍ଲାଷ୍ଟିକ ପୋଡା ଓ ଜଙ୍ଗଲ ପୋଡିର ବିଷ ଧୂଆଁ ସାଥେ ।


ଜନସଂଖ୍ୟା ବିସ୍ଫୋରଣର ଉଦ୍ଦାମତା

କରୁଛି କମ୍ପନ ସୃଷ୍ଟି କରି ବିଶ୍ୱତାପନ

ପଠାଉଛି ଫୋନି,ଭୁକମ୍ପ,ସୁନାମି ଭୁତଙ୍କୁ

କରିବାକୁ କମ୍ପମାନ

ଶୋଷିବାକୁ ନିରୀହଙ୍କ ପ୍ରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍