STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଫେରିଯାଅ ଦେଉଛି -ଦୀପ ବଳି

ଫେରିଯାଅ ଦେଉଛି -ଦୀପ ବଳି

1 min
26.9K


ଅହେତୁକ ଭଲ ପାଇବା

ଅଭ୍ୟାସରେ ପରିଣତ ହୋଇଯାଏ

ତା ନାମ ବନିଯାଏ

ପ୍ରାଣ ଯନ୍ତ୍ରଣାକ୍ଲିଷ୍ଟ----!

ମରୀଚିକା

ଦେଉଥିବା ଆଞ୍ଜୁଳାଏ

ପାଣିରେ ଭିଜି ପାରେନି 

ବହୁ ଦିନରୁ ଶୁଖିଲା ପଡିଥିବା ମାଟି,

ଅମାବାସ୍ୟା ରାତ୍ରିର ସାନ୍ଧ୍ରତା ଭିତରୁ

ଅଶରୀରି ମାନେ ଓହ୍ଲାଇ ଆସନ୍ତି,

ହଜିଲା ଜହ୍ନ

ଆପଣାର ମଣିଷ ଆଲୋକିତ 

କରି,

ବାଣ ରୋଷଣିରେ ଘଉଡ଼ାଇ ଦିଅନ୍ତି,

କହି,

ପିତୃ ପୁରୁଷ ଫେରିଯାଅ !

ନାହିଁ,

ତୁମେ ଗଢି ଛାଡି ଚାଲି ଯାଇଥିବା

ତୁମ ସ୍ଥାନ,

ଏ ପୃଥିବୀରେ---------!

ପିତୃପୁରୁଷ ଗଣ ହଜିଯାଅ !

ପୁଣି,

ଅମା ଅନ୍ଧାର ରାତିରେ...

ଦେଉଛି,

ଦୀପ ବଳି,

ତୁମ ଫେରିଯିବା ପଥେ---------!!

©®କାଶ୍ୟପ

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍