STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଫେରିବାଲା

ଫେରିବାଲା

1 min
235

ଥିଲା ସୁକୁମାରୀ ଅଳସୀ ପ୍ରିୟାଟେ

  ଅଳି କେତେ କରୁଥିଲା

ଫେରିବାଲା ଠାରୁ ରିବିନ ଟିକିଲି

   ନିତି ସିଏ କିଣୁଥିଲା


କହୁଥୁଲା ମୋତେ ଫଗୁଣ ଆସିଲେ

  ସିନ୍ଦୂର ଦେବ ଗୋ କିଣି

ସେଇ ସିନ୍ଦୂରକୁ ମଥାରେ ସେ ପିନ୍ଧି

  ହେବାକୁ ମୋ ମନ ରାଣୀ


କେତେ ମିଠା କଥା କହୁଥିଲା ମୋତେ

   ସରଳିଆ ମନେ ତାର

ହାତ ମୋର ଛାଡି ଦୂରେ ଗଲା ଚାଲି

   ହୋଇ ଆଜି ସ୍ୱାର୍ଥପର


ଫେରିବାଲା ତୁରେ ଯା ଫେରି ଆଜି

    ନାହିଁ କିଛି କିଣିବାର

ପ୍ରିୟା ଆଜି ମୋର ହାତ ଛାଡି ଦେଇ

   ବଧୂ ହୋଇଗଲା କାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍