ଫେରିବା ବାଟରେ
ଫେରିବା ବାଟରେ
1 min
234
କେହିଜଣେ
ଡାକିଦେଲା ବୋଲି
ସହସା ଅଟକିଗଲା ପାଦ
ପଛକୁ ଫେରିଚାହିଁଲେ
ଅସହାୟ ଫଗୁଣର
ନୀଳ ନିମନ୍ତ୍ରଣ
ଛାତିର କବର ଭିତରେ
ସମାଧିସ୍ଥ ଅସୁମାରୀ ସ୍ୱପ୍ନ
ଅନୁରାଗଭରା
ଅସମାପ୍ତ ଦୀର୍ଘଶ୍ୱାସ
ଫେରିବା ବାଟରେ ଆଜି
ମନେପଡେ ସବୁକିଛି |||
