STORYMIRROR

Santanu kumar Meher

Others

3  

Santanu kumar Meher

Others

ଫେରିବ

ଫେରିବ

1 min
320


ମନେ ହୁଏ ଆଜି ମୋର

ତମ ପାଇଁ ସତେ

କାଳେ ତୁମେ ଫେରିବ ..?

ପୁଣି, ହଁ ଦିନେ

ନିଶ୍ଚୟ ଫେରିବ

ମୋ ମନ ଇଲାକାକୁ ।।୧।।

ମୁଁ ଜାଣେ,

ସେ ଦିନ ଆସିବ ରଙ୍ଗ ଲଗାଇ,

ତମେ ବୁଝିପାରିବ

ନୁଆଁ ଏକ ନିୟମରେ ହଜି

କହି ତ ପାରିବିନି ଏବେ,

କିନ୍ତୁ, ତମେ ଫେରିବ ।।୨।।

ବେଳ ବୋଧେ ହୋଇନି

ସଞ୍ଜ ପୁଣି ରାତିର ଅନ୍ଧାରେ

ଲଗ୍ନର ବି ଆରମ୍ଭ ହୋଇନି

ତେଣୁ ଏତେ ବିଳମ୍ବ ହେଉଛି

ତମେ ଫେରିବାକୁ ।।୩।।

ସମୟ ଓ ପ୍ରକୃତିର କିରଣ

ନିଶ୍ଚୟ ବାର୍ତ୍ତା ଦେବ,

ଆଉ କିଛି ପ୍ରତିଛାଇ ଶବ୍ଦରେ ।

ଧରା ବି ଭିଜିବ-ହଜିବ,

ତମେ ଆସିଲେ

ପୃଥିବୀର ଛୋଟ ଅଗଣାକୁ ।।୪।।

ସବୁ ସେଇ

ବିଧାତାର ଭାଗ୍ୟ ଖେଳ।

ସବୁ କିଛିର ଗୋଟାଏ ମୁହୂର୍ତ୍ତ

ହଟାତ ଘଟିଯିବ,

ତମେ ଆସିଲେ

ଅଚାନକ ମୋ ସବୁଜ ଭୁଇଁକୁ ।।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍