STORYMIRROR

Bunee Tripathy

Others

3  

Bunee Tripathy

Others

ଫେରିଆସ

ଫେରିଆସ

1 min
354

ନୁହେଁ ଆଜି ହୋଲି

ତଥାପି ଧରିଛ ତୁମେ ହାତେ ପିଚକାରୀ

ରଙ୍ଗ ନୁହେଁ, ରକ୍ତରେ ଖେଳୁଛ ହୋଲି

ଭାବିଛ କି ଥରେ

ସେହି ରକ୍ତ ହୋଇପାରେ

ତୁମ ପୁତ୍ରର,

 କନ୍ଯାର ଅବା ଜ୍ଞାତିକୁଟୁମ୍ବର ।


ସମ୍ପର୍କ ଆଜି ତୁମ ପାଇଁ

ହୋଇଛି ମଳିନ

ରକ୍ତ ସଙ୍ଗେ ବନ୍ଧୁକର

ଏକଇ ସମ୍ପର୍କ

ଗଢିଉଠେ ତୁମପାଶେ

ତୁମ ଦେହରେ

ତୁମ ରକ୍ତରେ

ତୁମ ଚିନ୍ତାରେ

ତୁମ ସ୍ବପ୍ନରେ

କେବଳ ଗୋଟିଏ ଶବ୍ଦ

"ମର ଅବା ମାର"।


ଘରେଘରେ ଶୁଭେ

ଆଜି କରୁଣ କ୍ରନ୍ଦନ

ଦେଶ ପାଇଁ ଦେଇ ବଳି

ଅମର ସହିଦ ଭାବେ

ଇତିହାସ ସ୍ବର୍ଣ୍ଣାକ୍ଷରେ

ହେଲେ ଲିପିବଦ୍ଧ।


ତୁମେ ରହିଗଲ କଳଙ୍କିତ ଇତିହାସେ

ଦସ୍ଯୁ ରତ୍ନାକର ସାଜି

ପୋଛିକି ପାରିବ କେବେ

ନିଜେ ସୃଷ୍ଟି କରିଥିବା

ନିଜ ପରିଚୟକୁ।


ଫେରିଆସ ତୁମେ ହେ ବନ୍ଧୁକଧାରୀ

ତୁମ ହାତଗଢା ସୁନାର ସଂସାରେ

ସ୍ନେହପ୍ରେମ ବନ୍ଧନରେ

ହସି ଉଠୁ ତୁମ ଜୀବନର ଧାରା

ସାଜି ତୁମେ ବାଲ୍ମୀକି

ଲେଖିଯାଅ

ଏ ଯୁଗର ନୂତନ ରାମାୟଣ।


ଫିଙ୍ଗିଦିଅ ସେ ବନ୍ଧୁକ

ଯେ ତୁମକୁ ଖେଳାଇଛି ହୋଲି

ତୁମେ ପୁଣି ହସିଉଠିବ

ସେହି ଫୁଲରେ

ସେହି ପତ୍ରରେ

ସେହି ମହକରେ

ସେହି ଫଗୁଣରେ

ଶାନ୍ତି ମୈତ୍ରୀର ଗୀତ ଗାଇଗାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍