STORYMIRROR

Jagabandhu Sahu

Others

3  

Jagabandhu Sahu

Others

ଫେରିଆସ ଶ୍ରୀମନ୍ଦିର

ଫେରିଆସ ଶ୍ରୀମନ୍ଦିର

1 min
227

ଶ୍ରୀହୀନ ଲାଗୁଛି  ଶ୍ରୀମନ୍ଦିର ପ୍ରଭୁ

    ତୁମ ବିନା ତୁମ ବିନା

ନୀଳଚକ୍ରେ ପ୍ରଭୁ ବାହୁନି କାନ୍ଦୁଛି

    ପତିତପାବନ ବାନା


ବଡଦାଣ୍ତ ଧୂଳି   ଝୁରୁଛି ତୁମକୁ

    କେଣେ ଗଲ ମହାବାହୁ

ତୁମ ବିନା ପ୍ରଭୁ  ଏ ଛାର ଜୀବନ

    ପ୍ରାଣ ପକ୍ଷୀ ଉଡି ଯାଉ


ଲକ୍ଷ୍ମୀମାତା ଆମ କାନ୍ଦନ୍ତି ବାହୁନି

   କେଣେ ଗଲ ପ୍ରଭୁ ମୋର

ଛଅ ଦିନ କହି   ନଅ ଦିନ ଯାଏ

    ନଫେରିଲ ଶ୍ରୀମନ୍ଦିର


ଭକ୍ତ ଭାବଗ୍ରାହୀ  ଭକତ ପ୍ରେମରେ

    ହୋଇଲ କି ଅବା ବାଇ

ନା ମାଉସୀ ମାଆର କୋଳେରେ ଶୋଇଛ

   ପୋଡପିଠା ତୁମେ ଖାଇ


ଭାଇ ଭଉଣୀକୁ  ସଙ୍ଗତରେ ନେଇ

    ବାହୁଡା ରଥରେ ବସି

ଶ୍ରୀମନ୍ଦିର ମୁଖେ  ଆସ କଳାମୁଖ

     ଦୁଃଖ ସରି ଆସୁ ଖୁସି 


ଫେରି ଆସ ଫେରି ଆସ ମହାପ୍ରଭୁ

     ଶ୍ରୀମନ୍ଦିରକୁ ଯେ ତୁମ

ବାହୁଡା ରଥରେ ଭକତ ମେଳରେ

     ଦେଇ ଭକ୍ତକୁ ଦର୍ଶନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍