STORYMIRROR

Gyanaranjan Sahoo

Others

5.0  

Gyanaranjan Sahoo

Others

ଫେରିଆସ ପୁନର୍ବାରେ

ଫେରିଆସ ପୁନର୍ବାରେ

1 min
13.4K


ହେ ମହାନାୟକ

ଦେଶପ୍ରେମ ସ୍ରୋତେ

ସ୍ବଦେଶ ଦୈନିକେ ପଞ୍ଚଜନ୍ୟ ଶଦ୍ଦେ

ପାଳିଥିଲ ରାଷ୍ଟ୍ରଧର୍ମ

ପ୍ରଚଣ୍ଡ ପ୍ରତିଭା ବାଗ୍ମୀ ସଂଗଠକ

ଶୃଙ୍ଖଳାବାଦୀ ସମର୍ପିତ ରାଜନେତା

ପରିହାସପ୍ରିୟ କବିପ୍ରାଣ ଶ୍ରେଷ୍ଠ

ସ୍ବାଧୀନଚେତା ନିର୍ଭୀକ ଦର୍ଶନ କର୍ମ ।


ଜନହିତ ଯଜ୍ଞେ ଥିଲ କର୍ଣ୍ଣଧାର

ନାମ ବହି ବାଜପେୟୀ

ଦୂରଦର୍ଶୀ ନେତା ତୁଙ୍ଗ ଉଚ୍ଚତା

ମୃତ୍ୟୁ ଗଲା ପାଶେ ହାରି

ଯୁଗପୁରୁଷ ବିପ୍ଳବୀ ବ୍ୟକ୍ତିତ୍ୱ

ଦେଶର ଗୌରବ କଲ ସୁଦୂରପ୍ରସାରୀ

ଦେଖି ପରମାଣୁ ଶକ୍ତି ବିଜ୍ଞାନର ଗାନ

ହଲିଲା ପୃଥିବୀ ଶତ୍ରୁ ଯାଇଥିଲେ ଥରି ।


ପ୍ରସ୍ଥାନେ ନ ଡରି ଭାରତରତ୍ନ

ଦେଇଥିଲେ ହୁରି "ଆସିବି ମୁଁ ଫେରି"

ଚିନ୍ତା ଚେତନାରେ ନୂତନତ୍ବ ଭରି

ଗଢ଼ିବାକୁ ଦେଶ ସେବକ ରୂପକୁ ବରି

ଭୀଷ୍ମ ଆପ୍ତବାକ୍ୟ ସତ୍ୟର ନିନାଦ

ସ୍ପନ୍ଦିତ ଆକାଶେ ଯାଉଛି ସେ ସ୍ଫୁରି ସ୍ଫୁରି

ଅଜାତଶତ୍ରୁ ଅସାମାନ୍ୟ ମହାମେରୁ

ପ୍ରସବୁ ଏ ଧରା ସ୍ବର୍ଣ୍ଣ ଚତୁର୍ଭୁଜ ପୂରି ।


ଫେରିଆସ ଅପ୍ରତିମ

ଦୁନିଆ ଡାକେ ସତ୍ତ୍ବରେ

ମାତୃଭୂମିର ଅବସାଦ ଦୁର୍ଦ୍ଦିନରେ

ଭସାଇ ଯାଅନା ଶୋକସାଗରେ

ଅଜର ଅମର ଅଟଳ ବିହାରୀ

ଜାତି ଝୁରେ ଦେଶ ସ୍ମରେ

ମାଟିର ସପୁତ ଜନପ୍ରାଣ ମିତ

ଫେରିଆସ ପୁନର୍ବାରେ ।


Rate this content
Log in