STORYMIRROR

Dhaneswar Dash

Others

3  

Dhaneswar Dash

Others

ଫେରିଆସ ପିଲାଦିନ

ଫେରିଆସ ପିଲାଦିନ

1 min
351

ସମସ୍ଯାରେ ପଡି ଗଲେ ପଥ ହୁଡି

ତୁମକଥା ମନେପଡେ,

ପିଲାଙ୍କ ମେଳରେ ଥଟ୍ଟାମଜା ବେଳେ

ତୁମକଥା ମନେପଡେ।


ବୃଦ୍ଧ ବୟସରେ ଅଲୋଡା ହୋଇଲେ

ତୁମକଥା ମନେପଡେ,

ପରାଧିନେ ରହି ଭାଗ୍ଯକୁ ନିନ୍ଦଇ 

ତୁମକଥା ମନେପଡେ ।


ନିଃସଙ୍ଗ ହୋଇଲେ ମନ ମରିଯାଏ 

ତୁମକଥା ମନେପଡେ,

ଜୀବନକାଳରେ କର୍ମ ବନ୍ଧନରେ 

ତୁମକଥା ମନେପଡେ ।


ଖାଇବା ବେଳରେ ସ୍ବାଦ ନ ଲାଗିଲେ

ତୁମକଥା ମନେପଡେ,

ଅଝଟପଣରେ ଅମାନିଆ ହେଲେ

ତୁମକଥା ମନେପଡେ।


ଖୋଲା ମନୋଭାବ ଚିନ୍ତନ ବିହିନ

ହସଖୁସି ଅନୁବ୍ରତେ 

ଆହେ ବାଲ୍ଯକାଳ ଫେରିବକି ଥରେ

ତୁମେ ମନେପଡ କେତେ ।



Rate this content
Log in