ଫେରିଆ ଫେରିଆ ମୋ ସୁନା ଶୁଆ
ଫେରିଆ ଫେରିଆ ମୋ ସୁନା ଶୁଆ
• ଫେରିଆ ଫେରିଆ ସୁନା ଶୁଆ ମୋର
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ଫେରିଆ ଫେରିଆ ମୋ ସୁନା ଶୁଆ
• ମୋ ଜୀବନ ବାରିଧି ତରୀ
• ମୋ ଆଶା ଆକାଶ ଚନ୍ଦ୍ରଉଦିଆ ରେ
• ମୋ ପ୍ରଥମ ସପନ କଳୀ ,ଫେରିଆ ଫେରିଆ…।।
•
• ଖୋଲା ପଡିଅଛି ସୁବର୍ଣ୍ଣ ପଞ୍ଜୁରୀ
• ଲାଗୁଅଛି ଖାଲି ଖାଲି
• ତୋ ସ୍ଵର ମୋ କାନେ ଗୁଞ୍ଜରଣ ଆଣେ
• ପାରୁନି ପାରୁନି ଭୁଲି ,ଫେରିଆ ଫେରିଆ…।।
•
• ମୋ ଜୀବନ ବନ ବିଥୀ ରେ ଧନରେ
• ଶୁଭ୍ର ପୁଷ୍ପ ବାଶ ମଲ୍ଲୀ
• ନନ୍ଦନ ବନର ପାରିଜାତ ମୋର
• କେମିତି ଯିବି ମୁଁ ଭୁଲି ,ଫେରିଆ ଫେରିଆ…।।
•
• ବିକଳ,ଆକୁଳ, ଆତୁର ଆଖିରୁ
• ଲହୁ ଝରେ ଲୁହ ପରି
• ଆଖି ନଫୁଟି ମୁଁ ଅନ୍ଧ ତ ହେଲିଣି
• ବଂଚିଥାଉ ମରିଗଲି ,ଫେରିଆ ଫେରିଆ…।।
•
• ମନ ମାନୁନାହିଁ ବାଷ୍ପରୁଦ୍ଧ ପ୍ରାଣ
• ବାଟ ମୋର ମରୂବାଲି
• ସମାନ ନିଦାଘ ତାପିତ ବାଲିରେ
• ଆଉ ନପାରଇ ଚାଲି ,ଫେରିଆ ଫେରିଆ…।।
•
• ମୋ ବୁକୁ ଫଟା କୋହ କରେ ରେ ଅଥୟ
• ମୋ ସାତ ସାଇତା ସଂପତ୍ତି
• ସେ କେଉଁ ଦାରୁଣ ଦଇବ ଛଡାଇ
• ମୋ କୋଳ କଲା ରେ ଖାଲି ,ଫେରିଆ ଫେରିଆ…।।
•
• କାହିଁ ଲୁଚିଅଛୁ ଅବାକିରେ ଧନ
• ସତେକି ଆସିବୁ ଫେରି
• ଉଷୁନା ଧାନ କି ଗଜା ହୋଇବରେ
• ଆହା ମୋ ନେତ୍ର ସଂଖାଳୀ ,ଫେରିଆ ଫେରିଆ…।।
